ଏମ୍ସରେ ଟିକେଟ ଦଲାଲ କରୁଥିବା ଅଭିଯୋଗ : ୧୨ ଦଲାଲ ଗିରଫ; ଡାକ୍ତରଙ୍କ ପରାମର୍ଶରେ ଟିକେଟ କାଟି ୪ରୁ ୫ ହଜାର ଟଙ୍କାରେ କରୁଥିଲେ ବିକ୍ରି

185

କନକ ବ୍ୟୁରୋ : ଏମ୍ସରୁ ଗିରଫ ହେଲେ ଦଲାଲ । ଜଣେ କି ଦୁଇ ଜଣ ନୁହେଁ ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଲା ପୁଲିସ । ଦୀର୍ଘ ଦିନ ହେବ ଏମ୍ସରେ ଟିକେଟ କାଟି ବ୍ଲାକରେ ବିକ୍ରି ଚାଲିଥିଲା । ଡାକ୍ତରଙ୍କ ପରାମର୍ଶ ପାଇଁ ପୂର୍ବରୁ ଟିକେଟ କଟାଯାଉଛି ।

ତେବେ ଏନେଇ ଲମ୍ବା ଲାଇନ ଲାଗୁଥିବା ବେଳେ କିଛି ପରାମର୍ଶ ପାଇଁ ବ୍ଲାକରେ ଟିକେଟ ବିକ୍ରି କରୁଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିଲେ ବି ରୋଗୀ ହନ୍ତସନ୍ତ ହେଉଛନ୍ତି । କାରଣ ଏହି ଦଲାଲମାନେ ଟିକେଟ୍ ଆଗୁଆ ୪ ହଜାରରୁ ୫ ହଜାରେ ଟଙ୍କାରେ ବିକ୍ରିି କରି ଦେଉଥିଲେ । ଏନେଇ ଖଣ୍ଡଗିରି ଥାନା ପୁଲିସ ଖବର ପାଇବା ପରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି ।