ବାପାଙ୍କ ଭୁଲ ବାଟରେ ଟ୍ରୁଡୋ । ପିୟରେ ଟ୍ରୁଡୋଙ୍କ ଭୁଲକୁ ଦୋହରାଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । କ’ଣ ଏହାର ଇତିହାସ?

259

କନକ ବ୍ୟୁରୋ: କାନାଡାରେ ପଶି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିବା ଦୋଷ ଲଦିବା ପରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଉଚିତ ଜବାବ ଦେଇସାରିଛନ୍ତି ଭାରତ ସରକାର । ଟ୍ରୁଡୋଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛି ଭାରତ । ଏହା ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ବଢିଯାଇଛି । ଏହି ଘଟଣାକୁ ନେଇ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନଙ୍କୁ ବହିଷ୍କାର କରିଛି । ଭାରତ ଛାଡିବାକୁ ତାଙ୍କୁ ୫ ଦିନର ସମୟ ଦେଇଛନ୍ତି ଭାରତ ସରକାର । ତେବେ ଖଲିସ୍ତାନୀ ଆତଙ୍କବାଦକୁ ନେଇ ଭାରତ ଉପରେ ଦୋଷ ଲଦିବା ବା ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେବା ଏବଂ ଦୁଇ ଦେଶ ମଧ୍ୟରେ କଥା କଟାକଟି ହେବା ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମଧ୍ୟ ଟ୍ରୁଡୋଙ୍କ ବାପା ପିୟରେ ଟ୍ରୁଡୋ ମଧ୍ୟ ଏଭଳି ଭୁଲ କରିଥିଲେ । ଜାଣନ୍ତୁ ସଂକ୍ଷେପରେ ଏହାର ଇତିହାସ ।

ଜଷ୍ଟିନ୍ ଟ୍ରୁଡୋଙ୍କ ବାପା ପିୟରେ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିବାବେଳେ ଏପରି ଏକ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଥିଲା । ୧୯୮୨ରେ ଖଲିସ୍ତାନୀ ଆତଙ୍କବାଦୀ ତଳବୀର ସିଂହକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ କହିଥିଲେ ବି ଟୁଡୋ ତାହାକୁ ପ୍ରତ୍ୟାକ୍ଷାନ କରିଥିଲେ । ରାଷ୍ଟ୍ରମଣ୍ଡଳ ଦେଶ ମାନଙ୍କରେ ପ୍ରତ୍ୟାର୍ପଣ ପ୍ରୋଟୋକଲ ଲାଗୁ ହୋଇନଥିବା ଆଳ ଦେଖାଇ ଏହାକୁ ପ୍ରତ୍ୟାକ୍ଷାନ କରିଥିଲେ ପିୟରେ ଟ୍ରୁଡୋ । ତାଙ୍କର ଏହି ଭୁଲ ପାଇଁ କାନାଡାକୁ ଏକ ବଡ କ୍ଷତି ସହିବାକୁ ପଡିଥିଲା ।

କାନାଡାର ବରିଷ୍ଠ ସାମ୍ବାଦିକ ତଥା ଖଲିସ୍ତାନୀ ଆନ୍ଦୋଳନ ଖବରକୁ କଭର କରୁଥିବା ସାମ୍ବାଦିକ ଟେରୀ ମାଇଲୱସ୍କି ନିଜର ଏକ ପୁସ୍ତକରେ ଲେଖିଛନ୍ତି ଯେ, ‘ଜି ୪୦ ବର୍ଷ ଭିତରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦ ଯେଉଁଭଳି ଭାବରେ କାୟା ବିସ୍ତର କରି ଚାଲିଛି ସେଥିରେ କାନାଡାର ଲାଭ ନୁହେଁ ବରଂ କ୍ଷତି ହୋଇଛି । ଯଦିଓ କାନାଡାକୁ ପାକିସ୍ତାନ ସହ ତୁଳନା କରାଯାଉନାହିଁ କିନ୍ତୁ କାନାଡା ସରକାର ଖଲିସ୍ତାନୀ ଆଇନ୍ ଓ ରାଜନୀତିକୁ ପୁରା ଅନୁକୂଳ ପରିବେଶ ଦେଇଛନ୍ତି । ଖାଲିସ୍ତାନୀଙ୍କୁ ନେଇ କାନାଡା ସରକାରଙ୍କ ଉଦାସୀନ ମନୋଭାବ ସବୁବେଳେ ଭାରତ ନେତାଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ୧୯୮୨ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ କାନାଡା ସରକାରଙ୍କ ପାଖରେ ଏହି ଅଭିଯୋଗ ଆଣିଥିଲେ’ ।

ଟେରୀ ମାଇଇୱସ୍କି ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ଖଲିସ୍ତାନୀ ଲିଡର ତଲବିନ୍ଦର ସିଂହର ପ୍ରତ୍ୟାର୍ପଣକୁ ପ୍ରତ୍ୟାକ୍ଷାନ କରି କାନାଡାକୁ କିଛି ହାସଲ ହେଲା ନାହିଁ ବରଂ କ୍ଷତି ହୋଇଛି । କାନାଡା ଯେଉଁ ଖଲିସ୍ତାନୀ ଆତଙ୍କବାଦୀର ପ୍ରତ୍ୟାର୍ପଣକୁ ପ୍ରତ୍ୟାକ୍ଷାନ କଲା ସେହିଁ ୧୯୮୫ରେ ଏୟାର ଇଣ୍ଡିଆ କନିଷ୍କ ବିମାନକୁ ଟାଇମ୍ ବମ୍ ଲାଗାଇ ଉଡାଇଦେଲା । ହି ବିସ୍ଫୋରଣରେ ବିମାନରେ ସବାର ମସସ୍ତ ୩୨୯ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲେ । ଏଥିରେ ସର୍ବାଧକ ୨୬୮ ଜଣ କାନାଡା ନାଗରିକ ଥିଲେ । ଏହି ଆତଙ୍କବାଦୀ ବିସ୍ଫୋରଣ ୯ / ୧୧ ଆକ୍ରମଣ ପରେ ସବୁଠାରୁ ବଡ ବିମାନ ବିସ୍ଫୋରଣ । ଏହି ଘଟଣା ପାଇଁ ସେ ସମୟରେ କାନାଡା ପ୍ରଧାନମନ୍ତ୍ରୀ ପିୟରେ ଟୁଡୋଙ୍କୁ ଦୋଷୀ ବୋଲି କୁହାଗଲା । କାରଣ ପିୟରେ ଟୁଡୋ ତଲବୀର ସିଂର ପ୍ରତ୍ୟାର୍ପଣକୁ ପ୍ରତ୍ୟାକ୍ଷାନ କରିବା ପରେ ହିଁ ଏହି ବିମାନ ବିସ୍ଫୋରଣ ପାଇଁ ସେ ଯୋଜନା ଆରମ୍ଭ କରିଦେଇଥିବା ଜଣାପଡିଥିଲା । ତଲବୀର ସିଂକୁ ପ୍ରତ୍ୟାର୍ପଣ କରିବାକୁ ମନା କରିବା ପରେ ୧୯୮୪ରେ ଏକ ସମ୍ମିଳନୀରେ , ୫୦ ହଜାର ହିନ୍ଦୁଙ୍କୁ ହତ୍ୟା ନକରିବା ଯାଏଁ ସେ ଶାନ୍ତିରେ ବସିବ ନାହିଁ ବୋଲି କହିଥିଲା ତଲବୀର ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଖାଲିସ୍ତାନୀଙ୍କୁ କାନାଡା ଆଶ୍ରୟ ଦେବାର ମୁଖ୍ୟ କାରଣ ହେଉଛି ଭୋଟ୍ ବ୍ୟାଙ୍କ । କାନାଡା ସରକାର ଶିଖ୍ ଭୋଟ ଉପରେ ନିର୍ଭର କରୁଥିବାରୁ ଏହି ପ୍ରସଙ୍ଗ ବାରମ୍ବାର ଉଠିବା ସତ୍ତେ୍ୱ ଏହାକୁ ଚପାଇବାକୁ ଚେଷ୍ଟା କରିଆସିଛି କାନାଡା । ଖଲିସ୍ତାନୀ ସମର୍ଥକ ତଥା ଏନଡିପିର ନେତା ଜଗମୀତ୍ ସିଂହର ପାର୍ଟି ମଧ୍ୟ ଟ୍ରୁଡୋ ସରକାରଙ୍କ ସହ ମିଶିଛି । ଏହା ହେଉଛି ଅନ୍ୟ ଏକ କାରଣ ଯେଉଁଥିପାଇଁ ଜଷ୍ଟିନ୍ ଟ୍ରୁଡୋ ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜି ନୁହଁନ୍ତି ।

୭୦ ଦଶକରେ ଯେତେବେଳେ ଜଗଜିତ୍ ସିଂ ଯେତେବେଳେ ପଞ୍ଜାବରେ ନିର୍ବାଚନ ହାରିବା ପରେ ବ୍ରିଟେନ୍ ଚାଲିଗଲେ, ୧୯୭୧ ଅକ୍ଟୋବରରେ ନ୍ୟୁୟର୍କ ଟାଇମ୍ସରେ ଇସ୍ତାହାର ଛାପିଲେ । ସେଥିରେ ସେ ନିଜକୁ ତଥାକଥିତ ଖଲିସ୍ତାନୀ ସାମ୍ରଜ୍ୟର ରାଷ୍ଟ୍ରପତି ଭାବେ ଘୋଷଣା କଲେ । ସେବେଠାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଖଲିସ୍ତାନୀ ଆତଙ୍କବାଦ ବଢିବାରେ ଲାଗିଲା । ପଞ୍ଜାବ ପୁଲିସର ତଥ୍ୟ ଅନୁସାରେ , ୧୯୮୧ରୁ ୧୯୮୩ ମଧ୍ୟରେ ଖଲୀସ୍ତାନୀ ଆନ୍ଦୋଳନ ଯୋଗୁଁ ୨୧,୪୬୯ଜଣଙ୍କ ଜୀବନ ଯାଇଛି ।