ଅର୍ଚ୍ଚନା ନାଗ ମାମଲାରେ ୩ ଦିନ ରିମାଣ୍ଡରେ ଖଗେଶ୍ୱର ପାତ୍ର । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ସମନ, ଇଂଜିନିୟରଙ୍କୁ ବି ନୋଟିସ

168

କନକ ବ୍ୟୁରୋ: ସେପଟେ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ୧୦ ଦିନର ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି । ଏବେ ତିନି ଦିନର ରିମାଣ୍ଡ ବେଳେ ଖଗେଶ୍ୱରଠାରୁ ଇଡି ଆହୁରି ଅନେକ ତଥ୍ୟ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ନୋଟିସ୍ ହୋଇଥିବା ବ୍ୟକ୍ତିଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ସୂଚନା ମିଳିଛି ।

ସେହିପରି ଅର୍ଚ୍ଚନାଙ୍କ ଏଣ୍ଡେଭର କାରକୁ କିଏ ଲୁଚାଇଥିଲା ତାହାର ପତା ପାଇନାହିଁ ଇଡି । ସେହି ଯୁବକ ଇଡି ହାତରେ ଲାଗିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ଖଗେଶ୍ୱରଙ୍କୁ କୋର୍ଟରେ ହାଜର ବେଳେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । କୋର୍ଟରେ ହାଜର ବେଳେ କମିଶନରେଟ୍ ପୋଲିସର ଫୋର୍ସଙ୍କୁ ଦେଖିବାକୁ ମିଳିଥିଲା । ସିଆରପିଏଫ୍ ଯବାନ ଏସ୍କର୍ଟ କରି ଖଗେଶ୍ୱରଙ୍କୁ କୋର୍ଟକୁ ଆଣିଥିଲେ ।