ଯାଜପୁର କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ୍ ହେଲା ଟ୍ରେନ୍ ଚଳାଚଳ । ଖୋଜା ଚାଲିଛି ଦୁର୍ଘଟଣାର କାରଣ ।

177

କନକ ବ୍ୟୁରୋ: ଯାଜପୁର କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ୍ ହେଲା ଟ୍ରେନ୍ ଚଳାଚଳ । ୧୫ ଘଂଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ । ଗତକାଲି ପ୍ରଥମେ ଡାଉନ୍ ଲାଇନ ଏକ ମାଲଗାଡି ଚଳାଚଳ କରିଥିଲା । ଏହା ପରେ ବିଳମ୍ବିତ ରାତିରେ ଆଉ ଏକ ଲାଇନ୍ ମରାମତି କରାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । କୋରେଇ ଷ୍ଟେସନରେ ଦୁଇଟି ଯାକ ଟ୍ରାକ୍ରେ ଏବେ ଟ୍ରେନ୍ ଚଳାଚଳ କରୁଛି ।

ଷ୍ଟେସନରେ ଦୁର୍ଘଟଣା ଯୋଗୁଁ ଇଞ୍ଜିିନ୍ ସହ ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା । ଟ୍ରାକ୍ ମରାମତି କରିବା ପାଇଁ ପାଖାପାଖି ୧୫ ଘଂଟା ସମୟ ଲାଗିଥିଲା । କୋରେଇରେ ତୁରନ୍ତ ଟ୍ରେନ ରହଣି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଲୋକ ।