ଇଡିରେ ହାଜର ହେଲେ ବ୍ୟବସାୟୀ । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ନେଇ ରହିଛି ପ୍ରମାଣ

173

କନକ ବ୍ୟୁରୋ : ଇଡିରେ ହାଜର ହେଲେ ବ୍ୟବସାୟୀ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ତନାଘନା କରୁଛି ଇଡି । ପ୍ରତିଦିନ ହାତରେ ଲାଗୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆଜି ଇଡିରେ ଜଣେ ବ୍ୟବସାୟୀ ହାଜର ହୋଇଥିବା ସୂଚନା ରହିଛି ।
ସୂଚନା ଆଧାରରେ, ଏହି ବ୍ୟବସାୟୀଙ୍କର ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ପ୍ରମାଣ ରହିଛି । ୨୦୨୧-୨୨ରେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଉଥିବା ଜଣାପଡିଛି । ତେବେ ସମନ ପାଇଥିବା ୧୨ଜଣଙ୍କ ମଧ୍ୟରୁ ଏହି ବ୍ୟବସାୟୀଙ୍କ ନାଁ ରହିଥିବା ମଧ୍ୟ ସୂଚନା ରହିଛି ।