ଚାଲିଚାଲି ଭାରତ ଭ୍ରମଣ କଲେ ଦମ୍ପତ୍ତି । ଅନେକ ସମସ୍ୟା ଭିତରେ ରଚିଲେ ରେକର୍ଡ

208

କନକ ବ୍ୟୁରୋ: କେରଳ କୋଟାୟାମର ୫୩ ବର୍ଷିୟା ବେନି କୋଟ୍ଟାରାଠିଲ ଏବଂ ତାଙ୍କ ୪୬ ବର୍ଷିୟା ପତ୍ନୀ ମୋଲି ବେନି ପାଦରେ ଚାଲିଚାଲି ଭାରତ ଭ୍ରମଣ କରି ନିଆରା ରେକର୍ଡ କରିଛନ୍ତି । ସେମାନଙ୍କର ଏହି ଭାରତ ଯାତ୍ରା ୨୦୨୧ ଡିସମ୍ପର ୧ ତାରିଖରେ ଆରମ୍ଭ ହୋଇଥିଲା । ପୁରା ଦେଶ ଭ୍ରମଣ କରିବାକୁ ତାଙ୍କୁ ୨୧୬ ଦିନ ଲାଗିଥିଲା ।

ଜୁଲାଇ ୩ ତାରିଖରେ କେରଳର ଏହି ଦମ୍ପତ୍ତି ଭାରତ ଭ୍ରମଣ ସାରି ଘରକୁ ଫେରିଛନ୍ତି । ଲୋକଙ୍କୁ ଚାଲିବାକୁ ପ୍ରୋତ୍ସାହିତ କରିବା ଥିଲା ତାଙ୍କର ଏହି ପାଦଚଲା ଭାରତ ଭ୍ରମଣର ମୂଳ ଲକ୍ଷ୍ୟ । ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଆନ୍ଧ୍ରପ୍ରଦେଶରେ ଶିକ୍ଷକତା କରିବା ପରେ ଏହି ଦମ୍ପତ୍ତିି କୋଭିଡ ଯୋଗୁଁ ଘରକୁ ଫେରିଥିଲେ । ଏହି ସମୟରେ ସେମାନେ ଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କୁ ବହୁମୂଲ୍ୟ ମଧ୍ୟ ଦେବାକୁ ପଡିିଥିଲା ।

ଭାରତ ଭ୍ରମଣ କରିବାକୁ ଆବଶ୍ୟକ ଅର୍ଥ ପାଇଁ ସେମାନେ ନିଜର ସବୁ ସୁନାଗହଣା ବନ୍ଧା ପକାଇ ଟଙ୍କାଧାର ଆଣିଥିଲେ । ବନ୍ଧୁବାନ୍ଧବଙ୍କଠାରୁ ମଧ୍ୟ ଟଙ୍କା ଉଧାର ଆଣିଥିଲେ । ତଥାପି ତାଙ୍କର ଏହି ଯାତ୍ରା ସହଜ ନଥିଲା । ଭ୍ରମଣ ସମୟରେ କେତେବେଳେ ତାଙ୍କୁ ଚୋର ଲୁଟେରାଙ୍କ ସାମ୍ନା କରିବାକୁ ପଡିଥିଲା ତ କେତେବେଳେ ତାଙ୍କୁ ସମାଧି ସ୍ଥାନରେ ରହିବାକୁ ପଡିଥିଲା । ତଥାପି ହାର ମାନିନଥିଲେ ଏହି ଦମ୍ପତ୍ତି ।

ବରଂ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିନେଇ ଏହାକୁ ସକରାତ୍ମକ ଭାବେ ଉପଭୋଗ କରିଥିଲେ । ବରଂ ଏହି ସମୟରେ ବିଭିନ୍ନ ସ୍ଥାନର ସୁସ୍ୱାଦୁ ଖାଦ୍ୟ ଖାଇବା ସହ ବିଭିନ୍ନ ଇଲାକାର ସଂସ୍କୃତି ବିଷୟରେ ତାଙ୍କୁ ବେଶ୍ ଜ୍ଞାନ ମିଳିଥିଲା କୁହନ୍ତି ଉଭୟ ବେନି କୋଟ୍ଟାରାଠିଲ ଏବଂ ତାଙ୍କ ପତ୍ନୀ ମୋଲି ବେନି ।’ଭିକିସ୍ ୱାଣ୍ଡର ୱାର୍ଲ୍ଡ ‘ ନାଁରେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯେଉଁଥିରେ ତାଙ୍କ ଭାରତ ଭ୍ରମଣର ବିଭିନ୍ନ ଭିଡିଓ ଅପଲୋଡ କରି ୟୁଜର୍ସଙ୍କ ଠାରୁ ଅଜସ୍ର ପ୍ରଶଂସା ପାଇପାରିଛନ୍ତି । ତେବେ ବେନି ୬ ଟି ଭାଷା ଜାଣଥିବାରୁ ତାଙ୍କୁ ଭାରତ ଭ୍ରମଣ କରିବା ମଜାଦାର ଥିଲା ବୋଲି କହିଛନ୍ତି ।

ଏବେ ସେମାନେ ଘରକୁ ବାହୁଡିବା ପରେ ନୂଆ ଚାକିରି ସନ୍ଧାନରେ ଅଛନ୍ତି । ଏହାସହ ନିଜର ଘରକୁ ରିନୋଭେସନ ପାଇଁ ଚିନ୍ତା କରୁଛନ୍ତି ।