ଭଗୱନ୍ତ ମାନଙ୍କ ବଧୂ ହେଲେ ଗୁରପ୍ରୀତ କୌର । ବାପା ହୋଇ ବିବାହର ସବୁ କର୍ମ ତୁଲାଇଲେ ଅରବିନ୍ଦ କେଜ୍ରିୱାଲ

421

କନକ ବ୍ୟୁରୋ: ବିବାହର ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଡାକ୍ତର ଗୁରୁପ୍ରୀତ୍ କୌରଙ୍କ ସହ ତାଙ୍କର ବିବାହ ହୋଇସାରିଛି । ସବୁଠୁ ବଡ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଉପସ୍ଥିତ ରହି ଭଗୱନ୍ତଙ୍କ ବାପା ଭାବେ ବିବାହର ସବୁ କର୍ମ ତୁଲାଇଛନ୍ତି । ଆରମ୍ଭରୁ ଶେଷ ଯାଏଁ କେଜ୍ରିୱାଲଙ୍କୁ ସବୁ ସ୍ଥାନରେ ଦେଖିବାକୁ ମିଳିଥିଲା ।

ମାନଙ୍କ ବିବାହକୁ ଖୁବ୍ କମ୍ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଛି ।

କହିରଖୁଁ , ମାନଙ୍କ ବଧୂ ହୋଇଥିବା ଗୁରୁପ୍ରୀତ୍ ତାଙ୍କଠାରୁ ୧୬ ବର୍ଷ ସାନ । ଦୁହିଁଙ୍କ ସାକ୍ଷାତ ୪ ବର୍ଷ ପୂର୍ବେ ହୋଇଥିଲା । ଯେତେବେଳ ମାନ୍ ହାସ୍ୟ ଅଭିନେତା ଭାବେ ସକ୍ରିୟ ଥିଲେ ସେବେଠାରୁ ଗୁରୁପ୍ରୀତ୍ ତାଙ୍କର ପ୍ରଶଂସକ ବୋଲି କୁହାଯାଉଛି । ତେବେ ଏହା ମାନଙ୍କର ଦ୍ୱିତୀୟ ବିବାହ । ପ୍ରଥମ ପତ୍ନୀଙ୍କର ଦୁଇ ସନ୍ତାନ ଅଛନ୍ତି । ଦୁହେଁ ବିଦେଶରେ ରୁହନ୍ତି । ୨୦୧୫ରେ ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ ଭଗୱନ୍ତ ମାନ୍ ।

ଗଣମାଧ୍ୟମରେ ମାନଙ୍କର ବିବାହ ଉତ୍ସବରେ ଆୟୋଜିତ ମେନ୍ୟୁର ଫଟୋ ମଧ୍ୟ ଭାଇରାଲ ହେଉଛି ।