ନିର୍ବାଚନ ରାଲିରେ ଟଙ୍କା ବର୍ଷା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

321

କନକ ବ୍ୟୁରୋ : ନିର୍ବାଚନ ରାଲିରେ ଟଙ୍କା ବର୍ଷା । କର୍ଣ୍ଣାଟକର ମାଣ୍ଡ୍ୟାରେ ନିର୍ବାଚନ ପ୍ରଚାର କରୁଥିଲେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର । ବେବିନାହଲ୍ଲି ନିକଟକୁ ରାଲି କରି ଯାଉଥିବା ବେଳେ ଲୋକଙ୍କ ଉପରକୁ ନୋଟ୍ ବର୍ଷା କରିଥିବା ଦେଖିବାକୁ ମିଳିଥିଲା । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଅଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ଏହି ତାଲିକାରେ ଡିକେ ଶିବକୁମାର ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ସ୍ଥାନ ପାଇଛନ୍ତି ।