କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ ଉପରେ ରହିଛି ସାରା ଦେଶର ନଜର ! ଆଜି କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନରେ ୟେଦୁରପ୍ପା ସରକାର ପାଇଁ ଭାଗ୍ୟ ପରୀକ୍ଷା  

264

ଆଜି କର୍ଣ୍ଣାଟକରେ ୧୫ଟି ଆସନର ବିଧାନସଭା ଉପ-ନିର୍ବାଚନ ହେବାକୁ ଯାଉଛି । ସକାଳ ୭ ଟାରୁ ସଂଧ୍ୟା ୬ ଯାଏ ଭୋଟିଂ ପର୍ଯ୍ୟାୟ ଚାଲୁ ରହିବ । ଉପନିର୍ବାଚନର ଫଳାଫଳ ୯ ଡିସେମ୍ବରକୁ ଘୋଷଣା କରାଯିବ । ଏହି ଉପ-ନିର୍ବାଚନ କର୍ଣ୍ଣାଟକରେ ଚାରି ମାସ ପୁରୁଣା ବିଜେପି ସରକାର ପାଇଁ ବଡ ଚ୍ୟାଲେଞ୍ଜ । ଏଥି ସହିତ କର୍ଣ୍ଣାଟକରେ ସରକାର ଗଢିବା ପାଇଁ ୧୫ଟି ଆସନ ମଧ୍ୟରୁ ଅତି କମରେ ୟେଦୁରପ୍ପା ସରକାରକୁ ୬ଟି ଆସନ ଜିତିବାକୁ ପଡିବ । ଏହି ନିର୍ବାଚନରେ ମୋଟ ୧୬୫ ଜଣ ପ୍ରାର୍ଥୀ ଠିଆ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୨୬ଟି ସ୍ୱାଧୀନ ଓ ୯ ଜଣ ମହିଳା ସାମିଲ ଅଛନ୍ତି । ସେଥିମଧ୍ୟରୁ ଜେଡିଏସ ୧୨ଟି ଆସନକୁ ନେଇ ନିର୍ବାଚନ ଲଢିବ । ଏହି ନିର୍ବାଚନ ତ୍ରିକୋଣୀୟ ହେବାର ସମ୍ଭାବନା ରହିଛି । ବେଲଗାବୀ ଜିଲ୍ଲାର ଅଠାନୀ, ଉତ୍ତର କନ୍ନଡ ଜିଲ୍ଲାର ୟେଲାପୁର ଏବଂ ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାର ହୋସାକୋଟେରେ ବିଜେପି ଓ କଂଗ୍ରେସ ମଧ୍ୟରେ ସାମ୍ନା ସାମ୍ନି ମୁକାବିଲା ହେବ ।

ସୂଚନାନୁସାରେ, ୧୫ବିଧାନସଭା ନିର୍ବାଚନରେ ୩୮ଲକ୍ଷରୁ ଅଧିକ ମତଦାତା ରହିଛନ୍ତି । ଯାହା ମଧ୍ୟରୁ ୧୯.୨୫ ଲକ୍ଷ ପୁରୁଷ ଓ ୧୮.୫୨ଲକ୍ଷ ମହିଳା ସାମିଲ ଅଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ଉପ-ନିର୍ବାଚନ ପାଇଁ ୨୧ହଜାର ମତଦାନ କେନ୍ଦ୍ରରେ ପାଖାପାଖି ୧୯ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜନ କରାଯାଇଛି । ଯେଉଁ ମାନଙ୍କ ମଧ୍ୟରେ ରାଜ୍ୟ ପୋଲିସ ଓ କେନ୍ଦ୍ରିୟ ବଳ ମଧ୍ୟ ସାମିଲ ଅଛି ।