କାରଗିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ : କହିଲେ, ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ

126

କନକ ବ୍ୟୁରୋ : ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଏନେଇ କାର୍ଗିଲରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତିବର୍ଷ ତଥା ଲଗାତର ୮ ବର୍ଷ ହେଲା ସେନା ଯବାନଙ୍କ ସହ ଦିପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଯବାନ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

ଯବାନମାନେ ନିଜର ପରିବାର ବୋଲି ସେ ସମ୍ବୋଧନ କରିଛନ୍ତି । କହିଲେ ସେନାର ଯବାନ ମୋ ପରିବାରର ସଦସ୍ୟ । ସୀମାରେ ଦୀପାବଳି ପାଳିବା ସୌଭାଗ୍ୟର କଥା । ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ । କେବଳ ସେତିକି ନୁହେଁ ବିଶ୍ୱରେ ଆଜି ଭାରତର ଶକ୍ତି ବଢିଛି । ଭାରତ ସବୁବେଳେ ଯୁଦ୍ଧର ଅନ୍ତିମ ବିକଳ୍ପକୁ ବାଛିଥାଏ ।