ପାଣି ପିଇବାକୁ ଯାଇ ପୋଖରୀରେ ଫଶିଲା ହାତୀ : ୫ ଘଣ୍ଟା ହେଲା ଉଦ୍ଧାର ପାଇଁ ବନ ବିଭାଗ ନାକେଦମ୍

79

କନକ ବ୍ୟୁରୋ : ପାଣିରେ ଫସିଲା ଜଙ୍ଗଲି ହାତୀ । କଳାହାଣ୍ଡି ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ହାତୀ ମାନଙ୍କ ପ୍ରଦୁର୍ଭାବ ବଢିବାରେ ଲାଗିଛି । ସଂଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଲାଞ୍ଜିଗଡ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ କିଡିଙ୍ଗ ଗାଁ ନିକଟସ୍ଥ ଜଙ୍ଗଲକୁ ଆସିଥିବା ବେଳେ ପାଣିରେ ଫଶିରହିଛି ହାତୀ । ସକାଳୁ ସକାଳୁ ଗାଁ ଲୋକେ ଦେଖିବା ପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାମ ଜାରି ରଖିଛନ୍ତି ।