ବାଲେଶ୍ୱର ବସ୍ତା ଅଞ୍ଚଳରେ ମେସିନ୍ କରୁଛି ମନରେଗା ରାସ୍ତାକାମ। ଲୋକଙ୍କୁ ମିଳୁନି କାମ।

78

କନକ ବ୍ୟୁରୋ: ମେସିନ୍ କରୁଛି ମନରେଗା ଯୋଜନାରେ ରାସ୍ତାକାମ । ରୋଜଗାର ହରାଉଛନ୍ତି ଜବକାର୍ଡଧାରୀ ଶ୍ରମିକ । ଗ୍ରାମାଞ୍ଚଳରେ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ଲକ୍ଷ୍ୟରେ ମନରେଗା ଯୋଜନାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବସ୍ତା ବ୍ଲକ ମୁକୁଳିଶି ପଞ୍ଚାୟତରେ ଜବ୍ କାର୍ଡ ବଦଳରେ ମେସିନରେ କାମ ହେଉଛି । ଏହି ରାସ୍ତାକାମ ପାଇଁ ୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଲୋକଙ୍କୁ କାମ ଦେବା ବଦଳରେ ସରପଞ୍ଚ ନଦୀ ବନ୍ଧ ଏବଂ ନଦୀକୁ ଲାଗିଥିବା ଗୋଚର ଜମିକୁ ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଲୋକମାନେ କାମ ହରାଇବା ସହ ବର୍ଷା ଦିନେ ନଦୀ ବନ୍ଧ ଭାଙ୍ଗି ଚାଷ ଜମିରେ ପାଣି ପସିବାର ଆଶଙ୍କା ରହିଛି । ଗୋଚର ଜମି ଖୋଳାହେବା ଦ୍ୱାରା ଗୃହପାଳିତ ପଶୁ ଚରାବୁଲା କରିବାରେ ବାଧାପ୍ରାପ୍ତ ହୋଇଛି ।