ଆମ ପୁଲିସ କେତେ ସଜାଗ : ଗ୍ରାଉଣ୍ଡ ରିଆଲିଟି ଅନୁଧ୍ୟାନ କଲା କନକ ନ୍ୟୁଜ, ରାତି ଅଧରେ ଜଗୁଆଳି ଭରସାରେ ବାଙ୍କୀର ଫାଣ୍ଡି ଓ ଥାନା

63

କନକ ବ୍ୟୁରୋ : ପ୍ରାୟ ବର୍ଷେ ହେବ ବାଙ୍କୀରେ ବଢିଚାଲିଛି ଅପରାଧିକ କାର୍ଯ୍ୟକଳାପ । ଦାଦାବଟି, ,ଗୁଳିମାଡ ଓ ଲୁଟ ଉଦ୍ୟମ ଭଳି ଅନେକ ଡକାୟତି ଘଟଣା ପୋଲିସର ନାକତଳେ ଘଟିଛି । କିନ୍ତୁ ତଥାପି ବି ଭାଙ୍ଗିଲାନି ପୋଲିସ ବାବୁଙ୍କ ନିଦ । ଏହି ସବୁ ଘଟଣା ପରେ ଆମ ପୋଲିସ କେତେ ସଜାଗ ଜାଣିବାକୁ ଆମେ ଆରମ୍ଭ କରିଥିଲୁ ନାଇଟ ଅପରେସନ ।

ବାଙ୍କୀ ସବଡିଭିଜନରେ ୨ଟି ଥାନା ୩ଟି ଫାଣ୍ଡି ଥିବା ବେଳେ କିଛି ଦୃଶ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରାୟ ରାତି ଗୋଟାଏ ବେଳେ ସୁବର୍ଣ୍ଣପୁର ଫାଣ୍ଡିରେ ଆମ ପ୍ରତିନିଧି ପହଚିଂଲା ବେଳେ କିଛି ତଥ୍ୟ ସାମନାକୁ ଆସିଥିଲା । ଏଏସଆଇ ପଦ ଖାଲିଥିବାରୁ କନେଷ୍ଟବଳଙ୍କ ଭରସାରେ ଚାଲିଛି ଫାଣ୍ଡି । ୬ଟି ପଂଚାୟତର ୧୫ ହଜାର ଲୋକ ନିର୍ଭର କରୁଥିବା ଏହି ଫାଣ୍ଡି କେତେ ସଜାର ଏଥିରୁ ସ୍ପଷ୍ଟ ଅନୁମେୟ ।

ସେହିପରି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଙ୍କୀ ଥାନାରେ । ରାତି ପ୍ରାୟ ୨ଟା ୨୦ ବେଳେ ସେଠି ପହଚିଂଲା ପରେ ନିଦରେ ଶୋଇଥିଲେ ଥାନା ସମ୍ଭାଳୁଥିବା ଏହି କର୍ମଚାରୀ । ରାତିରେ ଅଭିଯୋଗ ନେଇ ଆସିଲେ କିମ୍ବା ଅପରାଧୀ ବାବଦରେ ସୂଚନା ଦେବାକୁ ଚାହିଁଲେ ଆପଣ ସକ୍ଷମ ହେବେନି । ଆପଣଙ୍କୁ ସକାଳେ ଯାଏ ଅପେକ୍ଷା କରିବାକୁ ପଡିବ । ଅନ୍ଧାରରେ ଥୁଆ ହୋଇଛି ପିସିଆର ଭ୍ୟାନ । ବୋଧହୁଏ ପାଟ୍ରୋଲିଂକୁ କେହି ଯ।।ଇନାହାଁନ୍ତି ।ଆଉ ଏଠି ବି ରାତ୍ରି ଜଗୁଆଳି ହୋମଗାର୍ଡଙ୍କ ଭରସାରେ ଚାଲିଛି ଥାନା ।

କେବଳ ଏତିକି ଥାନା ନୁହେଁ, ପୂରା ବାଙ୍କୀରେ ସାରା ରାତି ଆମ ଟିମ୍ ଦେଖିଥିଲା ବାସ୍ତବ ଚିତ୍ରକୁ । କେତେ ସଜାଗ ରହିଛି ଆମ ପୋଲିସ । ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ବାଙ୍କୀ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।