କେମିତି ହେବ ଓଡ଼ିଶା ନିର୍ମାଣ ? କନକ ନ୍ୟୁଜ ଓଡିଶା ନିର୍ମାଣ କନକ୍ଲେଭରେ ମାନସ ମନ୍ଥନ ।

68

କନକ ବ୍ୟୁରୋ: କେମିତି ହେବ ଓଡିଶାର ନିର୍ମାଣ? ଏହାକୁ ନେଇ କନକ ନ୍ୟୁଜର ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’ରେ ମାନସ ମନ୍ଥନ ହୋଇଛି । ବିଶିଷ୍ଟ ଅତିଥି, ବୁଦ୍ଧିଜୀବୀ ଏହି କନକ୍ଲେଭରେ ଭାଗ ନେଇ ଭବିଷ୍ୟତ କେମିତି ହେବା ଉଚିତ ସେନେଇ ମତ ରଖିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିତର୍କ ଓ ଆଲୋଚନା, ଗଣତନ୍ତ୍ରର ହଲମାର୍କ ସଦୃଶ୍ୟ, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର । ପୁଞ୍ଜିନିବେଶ ପାଇଁ ଓଡିଶା ଏକ ପ୍ରମୁଖ ରାଜ୍ୟ ପାଲଟିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାର ସ୍ୱତନ୍ତ୍ର ସ୍ଥାନ ରହିଛି, ଅନ୍ୟ ରାଜ୍ୟଗୁଡିକ ଓଡିଶାକୁ ଅନୁସରଣ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।