ଜେଲ ଗଲେ କେଆରକେ । ବିବାଦୀୟ ଟ୍ୱିଟକୁ ନେଇ ଅଡୁଆରେ ଅଭିନେତା

228

କନକ ବ୍ୟୁରୋ: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ବିବାଦୀୟ ଟ୍ୱିଟକୁ ନେଇ ଆଜି ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ମଲାଦ ପୋଲିସ ଗିରଫ କରିବା ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି ବୋରିବଲି କୋର୍ଟ ।

ସୂଚନା ମୁତାବକ, କମାଲ ରସିଦ ଖାନ ପ୍ରାୟତଃ ବଲିଉଡର ବଡ ତାରକାମାନଙ୍କୁ ସମାଲୋଚନା କରନ୍ତି । ସେଥିପାଇଁ ତାଙ୍କୁ ଅନେକ ସମୟରେ ପରିହାସ ହେବାକୁ ମଧ୍ୟ ପଡେ । । ଏହା ବ୍ୟତୀତ, ସେ ପ୍ରତ୍ୟେକ ଚଳଚ୍ଚିତ୍ର ଉପରେ ସମୀକ୍ଷା କରନ୍ତି । ୨୦୨୦ସେ କରିଥିବା ଏକ ଟ୍ୱିଟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, କେଆରକେ ଧର୍ମକୁ ନେଇ ଏକାଧିକ ବିବାଦୀୟ ଟ୍ୱିଟ୍ କରିଥିଲେ । ଏହାସହ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ ଖାନଙ୍କ ବିରୋଧରେ ମଧ୍ୟ ବିବାଦୀୟ ଟପ୍ପଣୀ ଦେଇଥିଲେ । ଏହାକୁ ବିରୋଧରେ କରି ଯୁବ ସେନାର ସଦସ୍ୟ ରାହୁଲ କନାଲ ମାମଲା ଦାଏର କରିଥିଲେ । ସେ ସମୟରେ କେଅରକେଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ଏବେ ଏହି ମାମଲାକୁ ପୁନଃବିଚାରକୁ ନିଆଯାଇ କେଆରକୁ ଗିରଫ କରିଛି ମୁମ୍ବାଇ ପୋଲିସ ।