ଅମ୍ବାନୀ ପରିବାର : ପୁଅ, ଝିଅଙ୍କୁ ଦାୟିତ୍ୱ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

314

କନକ ବ୍ୟୁରୋ : ମୁକେଶ ଅମ୍ବାନିଙ୍କ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ସେ ନିଜ ତିନି ସନ୍ତାନଙ୍କୁ ଚୟନ କରିଛନ୍ତି । ମୁକେଶ ଗତବର୍ଷ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟ‌ା ଆରମ୍ଭ କରିଥିଲେ। ପ୍ରଥମେ ସେ ବଡ଼ ପୁଅ ଆକାଶଙ୍କୁ ଟେଲିକମ୍ ବ୍ୟବସାୟର ନେତୃତ୍ବ ପ୍ରଦାନ କରିଥିଲେ । ଯଦିଓ ତିନି ସନ୍ତାନଙ୍କ ମଧ୍ୟରେ ନିଜର ଅଧିକାଂଶ ବ୍ୟବସାୟକୁ ସେ ବାଣ୍ଟିଛନ୍ତି, କିନ୍ତୁ ନିକଟ ଭବିଷ୍ୟତରେ ଅବସର ନେବେ ନାହିଁ ବୋଲି ମୁକେଶ ସ୍ପଷ୍ଟ କରିଛନ୍ତି । ନିଜ ତିନି ସନ୍ତାନଙ୍କ ଚିନ୍ତାଧାରାକୁ ସେ ବାପା ସ୍ବର୍ଗତଃ ଧୀରୁଭାଇ ଅମ୍ବାନିଙ୍କ ସହ ତୁଳନା କରିଛନ୍ତି । ଦିଆଯାଇଥିବା ଦାୟିତ୍ବକୁ ଅତ୍ୟନ୍ତ ଉତ୍ସାହର ସହ ସେମାନେ ସମ୍ପାଦନ କରୁଥିବା ମୁକେଶ କହିଛନ୍ତି । ଅମ୍ବାନିଙ୍କ ତିନି ସନ୍ତାନ ମଧ୍ୟରୁ ଆକାଶ ଓ ଇଶା ହେଉଛନ୍ତି ଯମଜ ।

 

ମୁକେଶ ଅମ୍ବାନୀଙ୍କ ପରିବାର

କେଉଁ ସଦସ୍ୟଙ୍କୁ       କଣ ଦାୟିତ୍ୱ ?

ଆକାଶ ଅମ୍ବାନୀ     ଟେଲିକମ୍
ଅନନ୍ତ ଅମ୍ବାନୀ      ନ୍ୟୁ ଏନର୍ଜି
ଇଶା ଅମ୍ବାନୀ        ରିଟେଲ୍

ନୀତା ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ପତ୍ନୀ ଶିଳ୍ପପତି ନୀତା ଅମ୍ବାନୀ
୧୯୬୩ ନଭେମ୍ବର ୧ରେ ମୁମ୍ବାଇରେ ଜନ୍ମ
ପ୍ରଥମ ଭାରତୀୟ ମହିଳା ଭାବେ ଆଇଓସିର ସଦସ୍ୟ
ଏସସିଏସଭିଏମଭି କାଞ୍ଚିପୁରମରୁ ଡକ୍ଟରେଟ ଡିଗ୍ରୀ ହାସଲ
ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ
‘ଦୃଷ୍ଟି’ ସାମାଜିକ ସେବା ସଙ୍ଗଠନ ସହ ଜଡ଼ିତ
ସମାଜ ସେବା ପାଇଁ ୨୦୧୦ରେ ରିଲିଆନ୍ସ ଫାଉଣ୍ଡେସନ୍ ଟ୍ରଷ୍ଟ ପ୍ରତିଷ୍ଠା

ଆକାଶ ଅମ୍ବାନୀ – ଟେଲିକମ୍

ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ
୧୯୯୧ ଅକ୍ଟୋବର ୨୩ରେ ମୁମ୍ବାଇରେ ଜନ୍ମ
୨୦୧୪ର ବ୍ରାଉନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ
୨୦୧୪ରେ ବ୍ୟବସାୟ ଦାୟିତ୍ୱ ଗ୍ରହଣ
୨୦୧୫ ମାର୍ଚ୍ଚରେ ଭାରତେ ର ଜିଓ ୪-ଜି ସର୍ଭିସ ଲଞ୍ଚ
ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସର ସହମାଲିକାନା

ଅନନ୍ତ ଅମ୍ବାନୀ – ନ୍ୟୁ ଏନର୍ଜି

ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ
୧୯୯୫ ଏପ୍ରିଲ ୧୦ରେ ମୁମ୍ବାଇରେ ଜନ୍ମ
ବ୍ରାଉନ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସର ସହମାଲିକାନା

ଇଶା ଅମ୍ବାନୀ – ରିଟେଲ୍

ମୁକେଶ ଅମ୍ବାନୀଙ୍କ ବଡ଼ ଝିଅ ଇଶା ଅମ୍ବାନୀ
ମୁକଶ ଓ ନୀତା ଅମ୍ବାନୀଙ୍କ ଯମଜ ସନ୍ତାନ ଆକାଶ ଓ ଇଶା
୧୯୯୧ ଅକ୍ଟୋବର ୨୩ରେ ମୁମ୍ବାଇରେ ଜନ୍ମ
କାଲିଫର୍ଣ୍ଣିଆ ଷ୍ଟାନଫୋର୍ଡ ଗ୍ରାଜୁଏଟ ସ୍କୁଲ ଅଫ ବିଜନେସ୍ ରୁ ଏମ୍ବିଏ
ସାଇକୋଲୋଜିରେ ୟାଲେ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍