ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ

117

କନକ ବ୍ୟୁରୋ : ଚିନ୍ତା ବଢାଉଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦିନକରେ ଜେଏନ ଡଟ୍ ୱାନରେ ୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହେଉଛନ୍ତି କର୍ଣ୍ଣାଟକର । ବତର୍ମାନ ଦେଶରେ ସକ୍ରିୟ ମାମଲା ୪ହଜାର ୧୭୦ ମାମଲା ରହିଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଜନଗହଳି ସ୍ଥାନରେ ସାମାଜିକ ଦୁରତା ବଜାୟୀ ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ସିଏସଆଇଆର ଡିଜି ।