ଏସିଆ କପ୍ ଆୟୋଜନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ : ପାକିସ୍ତାନରେ ଆୟୋଜିତ ହେବ କି ନାହିଁ, ନିଆଯିବ ନିଷ୍ପତ୍ତି

266

କନକ ବ୍ୟୁରୋ : ଏସିଆ କପ୍ ପାକିସ୍ତାନରେ ହେବ କି ନାହିଁ ସେନେଇ ଆଜି ନିଆଯିବ ନିଷ୍ପତି । ବାହାରିନରେ ହେବାକୁ ଥିବା ଏସିଆନ୍ କ୍ରିକେଟ କାଉଁସିଲର ବୈଠକରେ ଯୋଗଦେବେ ବିସିସିଆଇ ତଥା ଏସିସିର ସଭାପତି ଜୟ ଶାହା ଓ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜାମ ସେଠୀ । ଏଥିପାଇଁ ବାହାରିନ ଗସ୍ତରେ ଯାଇଛନ୍ତି ବିସିସିଆଇ ସଭାପତି ଜୟ ଶାହା । ତେବେ କୌଣସି ପରିସ୍ଥିତିରେ ପାକିସ୍ତାନ ଏସିଆ କପ ଆୟୋଜନ କରୁ ବୋଲି ବିସିସିଆଇ ଚାହୁଁନଥିବା ସୂଚନା ମିଳିଛି । ବିସିସିଆଇ ନିଷ୍ପତିରେ କୌଣସି ପରିବର୍ତ୍ତନ ହେବନାହିଁ ।

ଭାରତ ପାକିସ୍ତାନ ଗ୍ରସ୍ତ କରିବ ନାହିଁ ବୋଲି ବିସିସିଆଇ ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି । ନିକଟ ଅତିତରେ ପାକିସ୍ତାନରେ ପେସାୱାରରେ ବୋମା ବିଷ୍ଫୋରଣରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସୁରକ୍ଷା କାରଣ ଦର୍ଶାଇ ଭାରତ ଏସିଆ କପ୍ ନିରପେକ୍ଷ ସ୍ଥାନରେ କରିବାକୁ ଦାବି କରିପାରେ । ପୂର୍ବରୁ ଏସିଆ କପ୍ ପାକିସ୍ତାନରେ ହେଲେ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ବିସିସିସିଆଇ କହିବା ସହ ନରପେକ୍ଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ଦାବି କରିଥିଲା ।

ତେବେ ଭାରତ ପାକିସ୍ତାନ ନଗଲେ ପାକିସ୍ତାନ କ୍ରିକେଟ ଟିମ୍ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବନାହିଁ ବୋଲି ପିସିବିର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଚେତାବନୀ ଦେଇଥିଲେ । ତେବେ ନଜାମଙ୍କ ପାଇଁ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରମିଜ ରାଜାଙ୍କୁ ହଟାଇ ତାଙ୍କୁ ପିସିବି ସଭାପତି କରିଥିଲା ପାକିସ୍ତାନ । ଆଜି ଯଦି ବିଶ୍ୱକପ ପାକିସ୍ତାନରେ ନହେଉଛି ତେବେ ତାଙ୍କ ପଦବୀ ପ୍ରତି ବିପଦ ରହିଛି ।