ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ: ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ କରିଥିଲେ ବିଶାଳ ରାଲି

395

କନକ ବ୍ୟୁରୋ: ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୌମ୍ୟ ରଂଜନ ପଟ୍ଟନାୟକ । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ମା’ ତାରିଣୀଙ୍କ ମନ୍ଦିର ଯାଇଁ ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ବିଶାଳ ରାଲିରେ ବାହାରିଥିଲେ ସୌମ୍ୟ ରଂଜନ । ଶହଶହ ବାଇକ୍ ରାଲି ଓ ହଜାର ହଜାର କର୍ମୀଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଥିଲେ । ସମର୍ଥକଙ୍କ ସହ ଯାଇ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଏଥର ଘଷିପୁରାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଘଷିପୁରାବାସୀ ପରିବର୍ତନ ଚାହୁଁଛନ୍ତି । ଆଉ ଏହି ପରିବର୍ତନ ପାଇଁ ଆଗକୁ ଆସିଛନ୍ତି ।