ଡବଲ ଇଞ୍ଜିନର ମଝିରେ ମଝିରେ ତେଲ ସରିଯାଉଛି, ଧକ୍କା ମାରି ଚଲାଉଛନ୍ତି । ନବୀନ ଇଞ୍ଜିନ ସରକାର ଲୋକଙ୍କ ଆଶୀର୍ବାଦରେ ଚାଲିଛି । ବିରୋଧୀଙ୍କୁ ତେରଛା ବାଣ ମାରିଲେ ପାଣ୍ଡିଆନ ।

160

କନକ ବ୍ୟୁରୋ : ଖରିଆର ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପଡୋଶୀ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ମଝିରେ ଚାଲିଥିଲା, ତେଲ ସରିଗଲା, ୫ ବର୍ଷ ବନ୍ଦ ହୋଇଗଲା । ଏବେ ଧକ୍କା ମାରି ଚଲାଉଛନ୍ତି ଡବଲ ଇଞ୍ଜିନ ସରକାର ।

ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟରେ ବୋମା ଫୁଟୁଛି, ଗୁଳି ଫୁଟୁଛି । ନବୀନ ଇଞ୍ଜିନ ସରକାରରେ ଓଡ଼ିଶାରେ ଶାନ୍ତି ଅଛି, ବିକାଶ ହେଉଛି । ତେଣୁ ଓଡ଼ିଶାକୁ ନବୀନ ଇଞ୍ଜିନର ସରକାର ଦରକାର । ମଝିରେ ମଝିରେ ତେଲ ସରିଗଲେ ଡବଲ ଇଞ୍ଜିନ ବନ୍ଦ ହୋଇଯିବ । ଆପଣଙ୍କ ଆଶୀର୍ବାଦରେ, ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସ ରଚିବ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାନ୍ତୁ । ନବୀବ ବାବୁଙ୍କ ଗ୍ୟାରେଣ୍ଟି କେବେ ଫେଲ୍ ମାରିବନି । ନବୀନ ଇଞ୍ଜିନ ସରକାର ତେଲରେ ଚାଲୁଥିବା ସରକାର ନୁହେଁ, ବରଂ ଏହା ଲୋକଙ୍କ ଆଶୀର୍ବାଦରେ ଚାଲୁଥିବା ସରକାର । ମହାପ୍ରଭୁଙ୍କ ଆର୍ଶୀବାଦରେ ଚାଲୁଥିବା ସରକାର ।  ଏହା ତେଲରେ ଚାଲିବା ସରକାର ନାହିଁ, ଏହା ଲୋକଙ୍କ ଆଶୀର୍ବାଦରେ ଚାଲୁଥିବା ସରକାର । ମହାପ୍ରଭୁଙ୍କ ଆଶୀର୍ବାଦରେ ଚାଲୁଥିବା ସରକାର । ତେଣୁ ନବୀନ ସରକାରକୁ ପୁଣିଥରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଭି.କେ ପାଣ୍ଡିଆନ ।