ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡବଲ ଇଞ୍ଜିନ୍ ସରକାର ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କହିଲେ, ଦିନରେ ସ୍ୱପ୍ନ ଦେଖୁଛି ବିଜେପି

191

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦୀ, ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଡବଲ ଇଞ୍ଜିନ୍ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, କିଛି ଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି ବିଜେପି । ତେବେ ନବୀନଙ୍କ ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଭବାନୀପାଟଣାରୁ ଖରିଆର ଯିବା ରାସ୍ତାରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ମାତ୍ର କିଛି ସମୟ ଭିତରେ ହଜାର ହଜାର ଲୋକ ଏହି ଭିଡିଓକୁ ଲାଇକ୍ କରିଥିବାବେଳେ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ବର୍ଷା କରିଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ୍ ସରକାର ହେବ । ଓଡିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି । ଏଥିସହ ଯିଏ ଏଠାକାର ସମସ୍ୟା ଓ ତାର ସମାଧାନ ଜାଣିଛି ତାକୁ ବିଜେପି ମୁଖ୍ୟମନ୍ତ୍ରୀ କରିବ । ଜନତାଙ୍କ ସହ ଯୋଡି ହୋଇଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହିଛନ୍ତି ମୋଦୀ ।