ବିଧାୟକ କଲୋନୀ ପାଇଁ ଗଛକଟାକୁ ବିରୋଧ : ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଦିଆଯିବ ଗଣଧାରଣା

116

କନକ ବ୍ୟୁରୋ : ବିଧାୟକଙ୍କ କଲୋନୀ ପାଇଁ ଗଛକଟାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଣଧାରଣା । ମୂଲ୍ୟବାନ ଗଛ କାହା ଅନୁମତିରେ ଓ କିପରି କଟାଯାଉଛି ତାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ଗଛକଟା ବନ୍ଦ କରିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

କୌଣସି ପରିସ୍ଥିତିରେ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ବିକଳ୍ପ ବ୍ୟବସ୍ଥା କରି ଗଛ ଥାଇ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରାଯାଉଛି । ଅତ୍ୟାଧୁନିକ କାରିଗରୀ କୌଶଳରେ ବଡ଼ ବଡ଼ ଗଛକୁ ଉଠାଇ ଅନ୍ୟତ୍ର ପ୍ରତିରୋପଣ କରାଯାଇପାରୁଛି । କିନ୍ତୁ ଭୁବନେଶ୍ୱରରେ ଘର ନିର୍ମାଣ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ବାହାର ନକରି ଗଛ କଟା ଚାଲିଛି । ବିଧାନସଭାର ବାଚସ୍ପତି ଏହି ନିଷ୍ପତ୍ତିରୁ ଓହରି ବଡ଼ ବଡ଼ ଗଛ କିପରି ରହିବ ଓ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।