ମିଶନ ଗଗନଯାନକୁ ନେଇ ଇସ୍ରୋର ତାଜା ସୂଚନା: ଅନ୍ତିମ ଚରଣରେ ପରୀକ୍ଷଣ ପ୍ରସ୍ତୁତି

151

କନକ ବ୍ୟୁରୋ: ଗଗନଯାନ ମିଶନର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ମହାକାଶକୁ ଯିବାକୁ ଏବେ ପ୍ର୍ରସ୍ତୁତ । ସମସ୍ତ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ । ଏନେଇ ଇସ୍ରୋ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଅକ୍ଟୋବର ମାସ ଶେଷରେ ସୁଦ୍ଧା ମାନବବିହୀନ ପରୀକ୍ଷଣ କରାଯିବ । ପରୀକ୍ଷଣରେ ଟିବି-ଡି-ୱାନକୁ ପଠାଯିବ । ଯାହାର ନିର୍ମାଣ ଓ ପ୍ରସ୍ୁତି ଶେଷ ହୋଇଛି । ଚନ୍ଦ୍ରଯାନର ୩ର ସଫଳତା ପରେ ଆରମ୍ଭ ଗଗନଯାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ତିନୋଟି ପର୍ଯ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । କରୋନା ପାଇଁ ମିଶନରେ ବିଳମ୍ବ ହୋଇଛି । । ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ ।