ଦେଶକୁ ନୂଆ ଦିଗ ଦେଖାଇବ ନାଭିଗେସନ ଉପଗ୍ରହ ଏନଭିଏସ-୦୧ । ଜିପିଏସ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉପରେ କମିବ ନିର୍ଭରଶୀଳତା

139

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେଉଛି ଭାରତର ଦିଗ ନିର୍ଣ୍ଣୟକାରୀ ବା ନାଭିଗେସନ ବ୍ୟବସ୍ଥା । ନାଭିଗେସନ ସାଟେଲାଇଟ ଦ୍ୱାରା ଏକାଧିକ ସୁବିଧା ମିଳିବାକୁ ଯାଉଛି । ଆଗାମୀ ୫ ପିଢି ପାଇଁ ଉପଗ୍ରହ ଏନଭିଏସକୁ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ‘ଏନଭିଏସ-୦୧’ରକୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ଆସନ୍ତୁ ଜାଣିବା ଏହାଦ୍ୱାର ଆଗକୁ କି କି ସୁବିଧା ମିଳିପାରିବ

• ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଉପଗ୍ରହ ‘ଏନଭିଏସ-୦୧’
• ଦ୍ୱିତୀୟ ପିଢିର ଅତ୍ୟାଧୁନିକ ଉପଗ୍ରହ ଅଟେ
• ଏଥିରେ ଆଟମିକ କ୍ଲକ ବ୍ୟବସ୍ଥା ରହିଛି
• ରିଅଲ ଟାଇମ ନାଭିଗେସନ ପ୍ରକ୍ରିୟାରେ କୌଣସି ଜିନିଷକୁ ଠାବ କରାଯାଇପାରିବ
• ୨୦ମିଟିର ପରିଧି ମଧ୍ୟରେ କୌଣସି ଜିନିଷକୁ ୫୦ ନାନୋ ସେକେଣ୍ଡରେ ଠାବ୍ କରାଯାଇପାରିବ
• ଭାରତୀୟ ସୀମାଠାରୁ ୧୫ଶହ କିଲୋମିଟର ଦୂରରେ ଅବସ୍ଥିତ ଯେକୌଣସି ଜିନିଷକୁ ଠାବ୍ କରିପାରିବ
• ପୂର୍ବ ପିଢିର ଉପଗ୍ରହ କେବଳ ଭାରତୀୟ ସୀମା ମଧ୍ୟରେ ରହି ସୂଚନା ପଠାଉଥିଲେ
• ଜିପିଏସ ବ୍ୟବହାର ପାଇଁ ଫଳପ୍ରଦ ହେବ ।
• ଆମେରିକା ଜିପିଏସ୍ ଉପରେ ନିର୍ଭରଶୀଳତା ହ୍ରାସ ପାଇବ
• ଘୂର୍ଣ୍ଣିଝଡ୍ ସମୟରେ ମତ୍ସ୍ୟଜୀବୀ, ସୁରକ୍ଷାକର୍ମୀ ଓ ଜଳ ପରିବହନକୁ ଉନ୍ନତ ନାଭିଗେସନ ସୁବିଧା ମିଳିପାରିବ
• ଜାହାଜ ପରିଚାଳାନା ଦିଗରେ ସହାୟକ ହେବ
• ଦିଗ ନିୟନ୍ତ୍ରଣ ଓ ଜଳପଥ ଯାତ୍ରା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବ
• ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ବିଶେଷ ସହାୟକ ହେବ
• ଭାରତୀୟ ସେନା ଏଣିକି ସହଜରେ ଜାଣିପାରିବ ଶତ୍ରୁପକ୍ଷର ଅବସ୍ଥିତି

ଏହି ସାଟେଲାଇଟର ଓଜନ ୨ହଜାର ୨୩୨ କେଜି ରହିଛି । ଇସ୍ରୋର ସାଟେଲାଇଟ ଉତକ୍ଷେପଣର ଏହା ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ୫ଟି ସାଟେଲାଇଟ ପଠାଯିବ । ପ୍ରଥମ ସାଟେଲାଇଟ ସୋମବାର ପଠାଯାଇଥିବାବେଳେ ବାକି ୪ଟିକୁ ଯୋଜନା ମୁତାବକ ପରବର୍ତୀ ସମୟରେ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ଭାରତୀୟ ଗବେଷଣା ପ୍ରତିଷ୍ଠାନ ଇସ୍ରୋକୁ ନିକଟରେ ଏହି ବଡ ସଫଳତା ମିଳିଛି । ସୋମବାର ଏହା ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରୁ ନାଭିଗେସନ ଉପଗ୍ରହ ଏନଭିଏସ-୦୧ର ସଫଳ ଉତକ୍ଷେପଣ କରାଯାଇଛି ।