କଅଁଳା ଶିଶୁକୁ କାହିଁକି ବିଷ ଦେଇଥିଲା ବାପା? ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରୁଥିଲେ ସ୍ୱାମୀ, ଝିଅ ତାଙ୍କର ହୋଇନଥିବା ଆଶଙ୍କା କରି ସଇତାନ ପାଲଟିିଲା ଅଭିଯୁକ୍ତ

1,169

କନକ ବ୍ୟୁରୋ: ୨୦ ଦିନର କୁନି ଝିଅକୁ କାହିଁକି ବିଷ ଇଂଜେକ୍ସନ ଦେଲା ବାପା? ବାଲେଶ୍ୱରର ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଥିଲା ଏହି ଗୋଟିଏ ପ୍ରଶ୍ନ । ହେଲେ ଏହି ଘଟଣାରେ ଆଜି ଆସିଛି ଏକ ଭିନ୍ନ ମୋଡ଼ । କୁନି ଝିଅକୁ ବିଷ ଦେଇଥିବା ଅଭିଯୁକ୍ତ, ନିଜ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ । ଏମିତି କି ସେ ଝିଅ ତାଙ୍କୁ ନୁହେଁ ବୋଲି ସନ୍ଦେହ କରୁଥିଲେ । ଏଭଳି କିଛି ତଥ୍ୟ ଦେଇଛନ୍ତି ବାଲେଶ୍ୱର ଏସପି ।

ମାତ୍ର ୨୦ ଦିନର ଶିଶୁକୁ ବିଷ ଇଂଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିବା ଅଭିଯୋଗ ଘଟଣାରେ ଆସିଛି ନୂଆ ମୋଡ଼ । ପ୍ରାଥମିକ ତଥ୍ୟ ଆଧାରେ ବାଲେଶ୍ୱର ଏସପି ଏହି ଘଟଣାରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଘଟଣାର ମୋଡ଼ ବଦଳାଇ ଦେଇଛି । ଏସ୍ପି କହିଛନ୍ତି- ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ ଅଭିଯୁକ୍ତ ।

ଝିଅଟି ତାର ନା’ ନାହିଁ ତାକୁ ନେଇ ସ୍ୱାମୀ ମନରେ ସନ୍ଦେହ ଥିଲା । ପରକୀୟା ପ୍ରୀତି କାରଣରୁ ବାପା ଘଟାଇଛି ଜଘନ୍ୟକାଣ୍ଡ ।
ଏପଟେ କୁନି ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାପା ଦେଇଥିବା ବିଷ ଇଂଜେକ୍ସନ୍ ପରେ, ଏବେ ବି ଝିଅର ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ପରିବର୍ତନ ଆସିଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ଏପଟେ ଶିଶୁର ବାପା ତଥା ଅଭିଯୁକ୍ତ ଚନ୍ଦନ ମହାରଣା ବିରୁଦ୍ଧରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବାଲେଶ୍ୱର ନୀଳଗିରି ପୁଲିସ ।