ଆସିବେ ପ୍ରଧାନମନ୍ତ୍ରୀ: ରୋଡ ସୋ’ରେ ମୋଦୀଙ୍କ ଆଗରେ ସମ୍ବଲପୁରୀ ଶାଢୀ ପିନ୍ଧି ଚାଲିବେ ୨୦୦ ମହିଳା

160

କନକ ବ୍ୟୁରୋ: ମୋଦୀମୟ ହେବ ରାଜଧାନୀ । କମ୍ପିବ ରାଜଧାନୀର ରାଜରାସ୍ତା । ଆଉ କିଛି ସମୟ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ରାତି ୮ଟା ୧୦ରେ ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି କର୍ମୀ । ତେବେ ମୋଦୀଙ୍କ ରୋଡ ଶୋରେ ପ୍ରମୁଖ ଆକର୍ିଷଣ ସାଜିବେ ୨୦୦ ମହିଳା । ଯେଉଁମାନେ ସମ୍ବଲପୁରୀ ଶାଢୀ ପିନ୍ଧି ଏହି ଶୋଭାଯାତ୍ରାରେ ମୋଦୀଙ୍କ ଆଗେ ଆଗେ ଚାଲିବେ । ଓଡିଶାର ବରଗଡ ଜିୁଲ୍ଲାରେ ବୁଣାଯାଉଥିବା ଏହି ତନ୍ତ ଏହି ତନ୍ତବୁଣା ଶାଢୀରେ ପଶା ଖେଳର ପାଲି ରହିବ । ଯାହା ଏହି ଶୋଭାଯାତ୍ରାକୁ ଏକ ପାରମ୍ପରିକ ପରିଚୟ ଦେବ । ତେବେ ଏହି ମହିଳାମାନଙ୍କୁ ନେଇ ରିହର୍ସାଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଏହା ପରେ ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବେ । ରାତି ସାଢ଼େ ୮ଟା ବେଳେ ଜନପଥରେ ରୋଡ୍ ସୋ’ କରିବେ ମୋଦୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ରହିବ ଏହି ରୋଡ୍ ସୋ’ । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଂଚ ପ୍ରସ୍ତୁତ ହୋଇଛି । ପ୍ରତି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରାବାଜି ଜାରି ରହିବ । ବାଣୀବିହାର ପର୍ଯ୍ୟନ୍ତ ବନ୍ଧାଯାଇଥିବା ବ୍ୟାରିକେଡ ପଛରେ ରହିବେ ହଜାର ହଜାର ମୋଦୀ ସମର୍ଥକ । ଆଉ ଏହି ସମୟରେ ମୋଦୀ ମୋଦୀ ନାରାରେ କମ୍ପିଉଠିବ ପୂରା ଜନପଥ । ରାତି ସାଢ଼େ ୯ଟାରେ ରୋଡ୍ ସୋ’ ସରିବା ପରେ ରାଜଭବନ ଅଭିମୁଖେ ବାହାରିଯିବେ ମୋଦୀ । ଯେଉଁଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ତିନୋଟି ସ୍ଥାନରେ ପ୍ରଚାର କରିବେ ମୋଦୀ । ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ବିଜୟ ସଂଳକ୍ପ ସମାବେଶରେ ମୋଦୀ ଯୋଗଦେବେ ।