ହମାସକୁ ଛାଡି ଲେବାନନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ସାରା ରାତି ବୋମା ବର୍ଷା, କାରଣ କ’ଣ?

383

କନକ ବ୍ୟୁରୋ: ସୋମବାରଠାରୁ ଲେବାନନ୍ ଉପରେ ବୋମା ବର୍ଷଣ କରିଚାଲିଛି ଇସ୍ରାଏଲ । ଏଠାରେ ଥିବା ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା ।

ଆଇଡିଏଫ୍ ସୂଚନା ମୁତାବକ, ଅକ୍ଟୋବର ୭ ତାରିଖରେ ଯେତେବେଳେ ହମାସ୍ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କଲା ଏବଂ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା, ସେ ସମୟରେ ଏହି ଯୁଦ୍ଧାର ସୁଯୋଗ ନେଇଥିଲା ହିଜବୁଲ୍ଲାହ ଏବଂ ନିଜ ଆଡୁ ଇସ୍ରାଏଲ ଉପରେ ସୀମାରୁ ଆକ୍ରମଣ କରିଥିଲା, ଯେଉଁଥିରେ ୨ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ କିନ୍ତୁ ହମାସ୍ ଉପରେ ଟାର୍ଗେଟ କରିଥିବାରୁ ଲେବାନନକୁ ଗୁରୁତ୍ୱ ଦେଇନଥିଲା ଇସ୍ରାଏଲ । ଏବେ ଗାଜା ଉପରେ ଆକ୍ରମଣରେ ସାମାନ୍ୟ କୋହଳ କରିଥିବାବେଳେ ଲେବାନନର ହିଜବୁଲ୍ଲାହ ଠିକଣା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ ।