ମୃତ୍ୟୁ ପୂର୍ବରୁ ମେସେଜ । ଦିଦିଙ୍କ ସହ କଥା ହେଲା ବେଳେ ଶିଳ୍ପୀ ଦେଇଥିଲେ ସୁଇସାଇଡର ଇସାରା ! ଲେଖିଥିଲେ ସାଙ୍ଘାତିକ କଥା…

1,829

କନକ ବ୍ୟୁରୋ: କାହିଁକି ସୁଇସାଇଡ୍ କଲେ ଶିଳ୍ପୀ ? ସନ୍ଦେହ ଘେରରେ ସିଲଭର ସିଟିର ମାଆ-ପୁଅଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ? ସାବତ ମାଆ ଶିଳ୍ପୀ ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଶିଳ୍ପୀଙ୍କ ହ୍ୱାଟ୍ସଆପ୍ ଚାର୍ଟ । ଯାହା ସେ ନିଜ ଉଭଣୀଙ୍କୁ ଲେଖିଥିଲେ । ଶିଳ୍ପୀ ନିଜ ଶେଷ ଚାର୍ଟରେ ଆତ୍ମହତ୍ୟା ନେଇ ଇସାରା ଦେଇଥିବା ବେଳେ ଦେଖନ୍ତୁ ନିଜ ଦିଦିଙ୍କୁ କଣ ଲେଖିଥିଲେ ସେ…
ସରି ଦିଦି…

ଆଇ ଲଭ ୟୁ…
ମମି ପାପା ତତେ ଲାଗିଲେ, ଟେକ୍ କେୟାର…
ସେ, ଲୁସି ଜିନିଷ ସବୁ ଲୋନ ପକେଇ ମତେ ମିଛ କହି ମ୍ୟାରେଜ କରିଛନ୍ତି । ନା ମୁଁ ଆଉ ନା ହିଁ ମୋ ଜିନିଷ ସେଠି କିଛି ବି ରଖିବାକୁ ଦେବୁ । ମୋ ରେଂଟ ଘରେ ବି ଖଟକୁ ଛାଡିଦେଲେ ସବୁ ମୋର ଆଉ ସେଠି ବି ମୋ ଗଡରେଜ୍, ଡ୍ରେସିଂ ଟେବୁଲ, ଫ୍ୟାନ, ଟ୍ରଙ୍କ ଆଉ ଯାହା ବି ମୁଁ ନେଇକି ଯାଇଥିଲି ଟ୍ରକରେ ସବୁ ସେଠୁ ଆଣିବୁ…
ସରି ! ବଟ୍ ମୋ ପାଖରେ ଆଉ କିଛି ରାସ୍ତା ହିଁ ନାହିଁ ଦିଦି । ସବୁବେଳେ ମାଡ, ଗାଳି, ଭାଷା. ଝଗଡା, ବ୍ଲାକମେଲ୍, ମେଂଟାଲି ଟର୍ଚ୍ଚର, ଇମୋସନାଲି ଟର୍ଚ୍ଚର, ଫାଇନାନ୍ସିଆଲି ଟର୍ଚ୍ଚର ମୁଁ ସହି ପାରୁନି ଦିଦି ।

ମୋ ଲାପଟପ ବ୍ୟାଗରେ ପର୍ସରେ ମୋ ଅଫିସ ଚାବି ଅଛି । ତାଙ୍କ ଆଡରେସରେ ଯାଇକି ଦେଇଦେବ ଯିଏ ହେଲେ ବି… ପାପାଙ୍କ ପାଖରେ ଅଫର ଲେଟରର ପିକ୍ ଅଛି ଦେଖିଦେବୁ ଆଡରେସ୍ । ଆଉ ଲାପଟପ ବ୍ୟାଗରେ ମୋ ଗୋଲ୍ଡ ବି ଅଛି । ଆଉ ଗଡରେଡ୍ ଚାବି ବି ଅଛି । ଆଉ ହଁ, ମୋ ଫୋନରେ ଅଫିସ୍ର ଜିଓ ସିମ୍ ବି ଅଛି । ସେଇଟା ବି ତାଙ୍କୁ ଦେଇଦେବ । ପୁଅ ଆଉ ମୁଁ ଯେଉଁଠି ବି ରହିବୁ, ଏକାଠି ରହିବୁ…