ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ମା’ ସମଲେଇଙ୍କୁ ନିମନ୍ତ୍ରଣ । ମା’ ବିରଜା ଓ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ ପ୍ରତିନିଧି

66

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଓ ରେଢାଖୋଲର ଶ୍ରୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦିଆଯାଇଛି । ପୁରୀରୁ ଆସିଥିବା ସେବାୟତ ପ୍ରତିନିଧି ଦଳ ସମ୍ବଲପୁରରେ ପହଂଚି ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ନିମନ୍ତ୍ରଣ ଦେଇଛନ୍ତି । ସମଲେଇ ମନ୍ଦିରର ଟ୍ରଷ୍ଟବୋର୍ଡ଼ ସଭାପତି ଉପସ୍ଥିତ ରହି ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଛି । ସେବାୟତ ପ୍ରତିନିଧିଙ୍କୁ ପାରମ୍ପରିକ ନୃତ୍ୟ, ସଂକୀର୍ତନ, ଓଡିଶୀ ନୃତ୍ୟ,ବାଜା ଓ ବାଣରେ ସ୍ୱାଗତ କରାଯାଇଥିଲା । ସେହିପରି ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରରିକ୍ରମା ନିମନ୍ତ୍ରଣ ଦିଆଯାଇଛି । ସେହିପରି ଗଂଜାମ ଖଲ୍ଲିକୋଟ୍ ବ୍ଲକ ଚିକିଲି ଚକା ଠାକୁର ମନ୍ଦିରରେ ନିମନ୍ତ୍ରଣପତ୍ର ଦେଇଛନ୍ତି ସେବାୟତ ପ୍ରତିନିଧି ।