୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

3,153

କନକ ବ୍ୟୁରୋ : କ୍ୟାନସର ବା କର୍କଟରେ ପୀଡିତ ହୋଇ ମୁହଁ ଅପରେଶନ ହେବା ପରେ ଲୋକମାନଙ୍କୁ ଟବାକୋ ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର । ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା ।

ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।