ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା : ସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡା ଜାହଜ ଆଇଏନଏସ ବାଗୀର

94

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ବୁଡା ଜାହଜ ଆଇଏନଏସ ବାଗୀର । ୨୧ ଫୁଟ ଓ ଚଉଡା ୪୦ ଫୁଟ ବିଶିଷ୍ଟ ଆଇଏନଏସ ବାଗୀର ସୋମବାର ସେନାରେ ସାମିଲ ହୋଇଛି ।

ଘଣ୍ଟା ପ୍ରତି ୩୭ କିଲୋମିଟର ଯାତ୍ରା କରିପାରେ ଏହି ସବମେରାଇନ । ଥରକେ ୧୨ହଜାର କିଲୋମିର ଯାତ୍ରା କରିବାକୁ ସକ୍ଷମ ଆଇଏସଏନ ବାଗୀର । ଆଇଏନଏସ କଲାବରୀର ପଂଚମ ସଂସ୍କରଣ ହେଉଛି ଆଇଏନଏସ ବାଗୀର ।

ମୁମ୍ବାଇର ମାଛ୍ ଗାଓଁ ଡକରେ ଏହା ନିର୍ମାଣ କରାଯାଇଛି । ଫ୍ରାନ୍ ଓ ଭାରତ ମିଳିତଭାବେ ନିର୍ମାଣ କରିଛନ୍ତି । ନୌସେନାକୁ ଆଟିଂ ସବ-ମମେରାଇ ଯୁଦ୍ଧ, ତଥ୍ୟ ଯୋଗାଡ, ସର୍ଭିଲାନ୍ସ କରିବାରେ ପୂର୍ଣ୍ଣ ସକ୍ଷମ । ୨୦୦୯ରେ ଏହା ନିର୍ମାଣ କାମ ଆରମ୍ଭ ହୋଇଥିଲା ।