ଶ୍ରୀଲଙ୍କାରେ ହାହାକାର । କଞ୍ଚାଲଙ୍କା ୭୦୦, ଆଳୁ କିଲୋ ଦର ୨୦୦ରେ ପହଞ୍ଚିଲାଣି

1,366

କନକ ବ୍ୟୁରୋ : ଶ୍ରୀଲଙ୍କାରେ ହାହାକାର । ଆଳୁକିଲୋ ହେଲା ୨୦୦ ଟଙ୍କା ହୋଇଥିବାବେଳେ କଞ୍ଚା ଲଙ୍କା କିଲୋପ୍ରତି ୭୦୦ ଟଙ୍କାରୁ ଅଧିକ ହୋଇଛି । କିଛିଦିନ ତଳେ ଶହେ ଗ୍ରାମ ଲଙ୍କାର ଦାମ ୧୮ ଟଙ୍କା ଥିଲା । ଏହା ଏବେ ବୃଦ୍ଧି ପାଇ ୭୧ ଟଙ୍କା ହୋଇଛି । ଏହାର ମୂଲ୍ୟ ମାସକ ମଧ୍ୟରେ ୨୮୭ପ୍ରତିଶତ ବଢିଛି ।

ଠିକ ଏହି ସମୟରେ ବାଇଗଣ ଦାମ ୫୧%, ପିଆଜ ମୂଲ୍ୟ ୪୦%, ବିନସ ଓ ଟମାଟୋ ମୂଲ୍ୟ ୧୦% ବୃଦ୍ଧି ହୋଇଛି । ଏବେ ଶ୍ରୀଲଙ୍କାରେ ଟମାଟୋ ଦାମ ୨ ଶହ ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨ ଶହ ଟଙ୍କା, କଲରା ୧୬୦ ଟଙ୍କା, ବିନଓ ୩୨୦ ଟଙ୍କା , ବନ୍ଧାକୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା । ୨୦୧୯ ତୁଳନାରେ ଅଧିକାଂଶ ସାମଗ୍ରୀର ଦୁଇଗୁଣା ହୋଇଛି । ଚୀନରୁ ଅଧିକ ଋଣ ଆଣି ଶ୍ରୀଲଙ୍କା ଦେବାଳିଆ ହୋଇଥିବାରୁ ଓ କରୋନା ପାଇଁ ଦେଶରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।