ଭାରତ ବିରୋଧରେ ସ୍ୱର ଶାଣିତ କଲା ମାଳଦ୍ୱୀପ । ମାଳଦ୍ୱୀପରେ ପ୍ରବେଶ କରିପାରିବେନି ଭାରତୀୟ ସେନା

293

କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତ ବିରୋଧରେ ନୂଆ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ମାର୍ଚ୍ଚ ୧୦ପରେ ଭାରତୀୟ ସେନା ମାଲଦ୍ୱୀପରେ ରହିପାରିବନି ବୋଲି ଘୋଷଣା କରିଛନ୍ତ ମୋଇଜୁ । ସେନା ପୋଷାକ ବା ସାଦା ପୋଷାକ । କୌଣସି ଉପାୟରେ ମଧ୍ୟ ଭାରତୀୟ ସେନାର ଜବାନ ମାଲଦ୍ୱୀପରେ ପ୍ରବେଶ କରିପାରିବେନି । ମାଳଦ୍ୱୀପ ସଂସଦରେ ଫେବ୍ରୁଆରୀ ୫ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ କୁହାଯାଇଛି କି ଊଭୟ ଭାରତ ଓ ମାଲଦ୍ୱୀପ ନିଜ ନିଜ ସେନାକୁ ପ୍ରତ୍ୟାହାର କରିବେ । ମାଲଦ୍ୱୀପର ମୋଟ ୮୮ଜଣ ଭାରତୀୟ ଯବାନ ରହିଛନ୍ତି । ମାନବୀୟ ସହାୟତା, ଚିକିତ୍ସା ସୁବିଧା ସୁରକ୍ଷା ଓ ବନ୍ଦର ସୁରକ୍ଷା ପାଇଁ ମୁତୟନ ହୋଇଥିଲେ । ମାଲଦ୍ୱୀପ ମିଡିଆ ରିପୋର୍ଟ ଅନୁସାରେ ନିକଟରେ ମୋଇଜୁ ଶ୍ରୀଲଙ୍କା ଓ ଚୀନ ସହ ଦୁଇଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଶ୍ରୀଲଙ୍କା ସହ ଚିକିତ୍ସା ଓ ଚୀନ ସହ ପ୍ରତିରକ୍ଷା ଚୁକ୍ତି କରିବା ପରେ ଭାରତ ବିରୋଧରେ ଏହି ଆଭିମୁଖ୍ୟ ଗ୍ରହଣ କରିଛି ।