ସୀମାରେ ଚୀନସେନାଙ୍କ ଅନୁପ୍ରବେଶ ରୋକିବ ଭାରତୀୟ ସେନା, ଅଭ୍ୟାସ ବେଳେ ବାୟୁସେନା ଦେଖାଇବ ରାଫେଲ ଓ ସୁଖୋଇର ଶକ୍ତି

97

କନକ ବ୍ୟୁରୋ : ଅରୁଣାଚଳ ସୀମାରେ ଚୀନ ଯେଭଳି ଭାବେ ଅନୁପ୍ରବେଶ କରୁଛି ତାହାକୁ ରୋକିବାକୁ ଭାରତୀୟ ବାୟୁସେନା ଏଲଏସି ନିକଟରେ ‘ଅଭ୍ୟାସ ପ୍ରଳୟ’ ଆୟୋଜିତ କରିବାକୁ ଯାଉଛି  । ଏହି ଅଭ୍ୟାସ ବେଳେ ବାୟୁସେନା ଯୁଦ୍ଧବିମାନ ରାଫେଲ ଓ ସୁଖୋଇର ଶକ୍ତି ପ୍ରଦର୍ଶନ କରିବ । ଆଉକିଛିଦିନ ପରେ ଏହି ଅଭ୍ୟାସ ଆରମ୍ଭ ହେବ । ସେପଟେ ଶତ୍ରୁ ଆକ୍ରମଣକୁ ଦୃଷ୍ଟିରେ ରଖିଙ ଭାରତୀୟ ବାୟୁସେନା ନିଜ କ୍ଷେତ୍ରରେ ଏସ-୪୦୦ ବାୟୁ ରକ୍ଷା ସ୍କ୍ୱାର୍ଡନ ନିଯୁକ୍ତ କରିବା ସହ ସକ୍ରିୟ କରିଛି । ଏହା ଶତ୍ରୁଦେଶର କୌଣସି ବିମାନ କିମ୍ବା ମିସାଇଲକୁ ୪୦୦ କିଲୋମିଟର ଦୂରରୁ ଆକ୍ରମଣ କରି ଖସାଇପାରିବ ।

ଅଧିକାରୀ ସୂତ୍ର ମୁତାବକ ଏହି ଅଭ୍ୟାସ ବେଳେ ପରିବହନ ଓ ଅନ୍ୟ ବିମାନ ସହ ରାଫେଲ ଓ ସୁଖୋଇର ୩୦ଟି ଯୁଦ୍ଧ ବିମାନ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟଏକ ସୂଚନା ମୁତାବକ ଡୋକଲାମ୍ ଅଞ୍ଚଳରେ ଚୀନ ନିଜର ଗତିବିଧି ବୃଦ୍ଧି କରିଛି । ସେପଟେ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ।

ସୂଚନା ଥାଉକି କିଛିଦିନ ତଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତୀୟ ଚୀନ ସୀମାରେ ନିୟୋଜିତ ଥିବା ପିପୁଲ୍ସ ଲିବରସେନ ଆର୍ମିଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଅନୁମାନ କରାଯାଉଛି କି ଚୀନ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି । ଏହାକୁ ନଜରରେ ରଖି ଭାରତ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ଆରମ୍ଭ କରିବ ବୋଲି ଜଣାପଡୁଛି ।