‘ମୋତେ ଜୀଅନ୍ତା ପୋତିଦେବେ ବୋଲି କହୁଛି ନକଲି ଶିବସେନା…’ ମହାରାଷ୍ଟ୍ର ଜନସଭାରେ ବିରୋଧୀଙ୍କ ଉପରେ ଗର୍ଜିଲେ ମୋଦୀ

285

କନକ ବ୍ୟୁରୋ: ଆଜି ମହାରାଷ୍ଟ୍ର ନନ୍ଦୁରବାର ଜନସଭାରେ ବିରୋଧୀ କଂଗ୍ରେସ ଓ ଶିବସେନା ଉପରେ ବର୍ଷିଛନ୍ତି ମୋଦୀ । କହିଲେ, ନକଲି ଶିବସେନାବାଲା କହୁଛନ୍ତି ‘ ମୋଦୀଙ୍କ ପାଇଁ ଗାତ ଖୋଳାହେଉଛି । ସେଥିରେ ମୋଦୀଙ୍କୁ ଜୀବନ୍ତ ପୋତାଯିବ । ଏଭଳି କହି ସେମାନେ ଲୋକଙ୍କୁ ମିଛ ଆଶ୍ୱସ୍ତି ଦେଇ ବିଜେପି ବିରୋଧରେ ଲୋକଙ୍କୁ ମତାଉଛନ୍ତି । ଏମଭିଏ ଦଳ ବିଜେପି ବିରୋଧରେ ମହାଭକ୍ଷଣର ମହାଅଭିଯାନ ଚଳାଇଛି । କିନ୍ତୁ ସେମାନେ ଜାଣିନାହାଁନ୍ତି ଲୋକଙ୍କ ପାଇଁ ମୋଦୀ କ’ଣ କରୁଛି । ଏସସି, ଏସଟି, ଓବିସିର ଆରକ୍ଷଣ ପାଇଁ ମୋଦୀ ମହାଯଜ୍ଞ କରୁଛି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କଂଗ୍ରେସ ଭଳି ଧନୀ ଘରୁ ଆସିନି । ଗରିବୀ ଭିତରେ ବଡ ହୋଇଛି । ଲୋକଙ୍କ ଦୁଃଖ କ’ଣ ଅନୁଭବ କରିପାରିଛି । ସ୍ୱାଧୀନତାର ୬୦ ବର୍ଷ ଯାଏଁ ଅଧିକାଂଶ ଗାଁକୁ ବିଜୁଳି ପହଞ୍ଚିନଥିଲା । ଗରୀବଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିଲା । ହେଲେ ବିଜେପି ସରକାରଙ୍କ ସମୟରେ କେବଳ ନନ୍ଦୁରବାରର ୧.୨୫ ଲକ୍ଷ ଗରୀବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ମିଳିଛି । ୧୦ ବର୍ଷ ଭିତରେ ୪ କୋଟି ଘର ମିଳିଛି । ଆଗାମୀ ଦିନରେ ଆହୁରି ୩ କୋଟି ଘର ନିର୍ମାଣ କରାଯିବ । ଏନଡିଏ ସରକାରର ୧୦ ବର୍ଷ ଶାସନ ଭିତରେ ୨୦ ହଜାରରୁ ଅଧିକ ଗାଁରେ ବିଜୁଳି ପହଞ୍ଚିଛି । ଏଥିରେ ରହିଛି କେବଳ ନନ୍ଦୁରବାରର ୧୧ଟି ଗାଁ । ଏତ ଟେଲର ମାତ୍ର । ଆଗକୁୁ ମୋଦୀଙ୍କୁ ବହୁତ କିଛି କରିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।