ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି ପ୍ରତିଶ୍ରୁତି ଦୋହରାଇଲା ବିଜେଡି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଲୋକଙ୍କୁ ଦିଆଯାଇଛି ଫମ୍ପା ପ୍ରତିଶ୍ରୁତି । କଂଗ୍ରେସ ବି କଲା ସମାଲୋଚନା ।

120

କନକ ବ୍ୟୁରୋ: ବିଜେଡି ନିର୍ବାଚନ ଇସ୍ତାହାର ଜାରି କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳର ପ୍ରତିଶ୍ରୁତି ଦୋହରାଇଲା ବିଜେଡି । ପୂର୍ବତନ ସାଂସଦ ତଥା ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ୨୦୩୪ ସୁଦ୍ଧା ଓଡ଼ିଶା ଏକ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛି ବିଜେଡି । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଦେଶର ରାଜ୍ୟ ଭାବେ ଯୁବ ବଜେଟ୍ ଆଣିବ ଓଡ଼ିଶା । ବିଜେଡିର ଇସ୍ତାହାର ଐତିହାସିକ ବୋଲି କହିଛି ଦଳ ।

ଅନ୍ୟପଟେ ବିଜେଡିର ଇସ୍ତାହାରକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ । ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ କିଛି ନାହିଁ । ବିଜେପିର ଇସ୍ତାହାରକୁ କିଛିଟା କପି କରିଛନ୍ତି । ୨୪ ବର୍ଷ ପରେ ବି ଲୋକେ କାମ କରିବା ପାଇଁ ଘର ଛାଡୁଛନ୍ତି । ଚାଷ ଜମିକୁ ପାଣି ପହଞ୍ଚିିନାହିଁ । ଶୀତଳ ଭଣ୍ଡାର ନାହିଁ । ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ଅଧିକ ନିର୍ଯାତିତ । ଏବେ ବି ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି । ବିଜେଡିର ଇସ୍ତାହାର ଫମ୍ପା ପ୍ରତିଶ୍ରୁତି । ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।