ନିର୍ବାଚନ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । ହେମନ୍ତ ସୋରେନଙ୍କୁ କେବେ ମିଳିବ ଜାମିନ, ବଢିଲା ଚର୍ଚ୍ଚା

114

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଏବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ହେମନ୍ତ ସୋରେନ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ଓକିଲ କପିଲ ସିବଲ ଆବେଦନ ଦାଖଲ କରି କହିଛନ୍ତି କି, ଲୋକସଭା ନିର୍ବାଚନରେ ହେମନ୍ତଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ କୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେବା ଉଚିତ । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ୧୩ ତାରିଖରେ ଶୁଣାଣି କରିବେ । ଅର୍ଥାତ ସୋମବାର ଦିନ ନିଷ୍ପତ୍ତି ହେବ କି ଅରବିନ୍ଦ କେଜ୍ରିୱାଲଙ୍କ ଭଳି ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରୁଛନ୍ତି କି, ନାହିଁ ।

ଏହା ପୂର୍ବରୁ ହେମନ୍ତ ସୋରେନ ତାଙ୍କ ଗିରଫକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ସୋରେନ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୋଧରେ କୌଣସି ମନି ଲଣ୍ଡ୍ରିଂ ମାମଲା ନାହିଁ ଓ ସେ ନିର୍ଦ୍ଦୋଷ । ହାଇକୋର୍ଟ ତାଙ୍କର ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ । ହେଲେ ତାଙ୍କ କଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ତାଙ୍କୁ ପୋଲିସ କଷ୍ଟଡି ସହ ଅନୁମତି ମିଳିଥିଲା ।