ଏସିଆ କପ୍ ଟାଇଟଲ ଲଢ଼େଇରେ ପ୍ରଥମେ ବୋଲିଂ କରିବ ଭାରତ: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି

111

କନକ ବ୍ୟୁରୋ: ଆଜି ଏସିଆ କପ ଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ବୋଲିଂ କରିବ ଭାରତ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ରହିବ । ଏସିଆକପ ଟାଅଟଲ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ଆଜିର ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି । ସେପଟେ ବର୍ଷା କାରଣରୁ ଏଯାଏଁ ମ୍ୟାଚ ଆରମ୍ଭ ହୋଇନାହିଁ ।

ଉଭୟ ଦଳ ଆଜି ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ବିଗତ ୫ ବର୍ଷ ହେବ ଭାରତ କୌଣସି ଟ୍ରଫି ପାଇନଥିବାରୁ ଏସିଆ କପ୍ ଜିତିବାକୁ ପୁରା ଚେଷ୍ଟା କରିବ । ଆଗକୁ ଦିନିକିଆ ବିଶ୍ୱକପ ରହିଥିବାରୁ ଭାରତ ପାଇଁ ଏହି ଟ୍ରଫି ଜିତିବା ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ମୁଖ୍ୟ ବୋଲରମାନେ ଆହତ କାରଣରୁ ଟିମରେ ନଥିବା ବେଳେ ନୁଆ ବୋଲରମାନେ ମଧ୍ୟ ଭଲ ବୋଲିଂ କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଶ୍ରୀଲଙ୍କା ବିଷକ୍ଷରେ ପୂର୍ବ ମ୍ୟାଚ ଖେଳିଥିବା ସବୁ ଖେଳାଳି ଟିମରେ ସାମିଲ ହେବେ । ସୁପର-୪ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କମ ସ୍କୋର କରି ବିଜୟୀ ହୋଇଥିବାରୁ ଭାରତର ପଲ୍ଲା ଭାରି ରହିବ ।