ଗଦ୍ଦର ଫିଲ୍ମ ଦେଖିବା କାଳ ହେଲା । ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ଯୁବକଙ୍କୁ ବାଡେଇ ବାଡେଇ ମାରିଦେଲେ

745

କନକ ବ୍ୟୁରୋ: ଛତିଶଗଡର ଦୁର୍ଗରେ ଜଣେ ଯୁବକଙ୍କ ପାଇଁ କାଳ ହେଲା ଗଦ୍ଦର ଫିଲ୍ମର ନାରା । ଫିଲ୍ମ ଦେଖି ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ପାଖରେ ଥିବା ଯୁବକମାନେ ତାଙ୍କୁ ପିଟି ପିଟି ହତ୍ୟା କରିଦେଲେ । ଏହି ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଦୁର୍ଗ ଖୁର୍ସିବାର ଥାନା ଅନ୍ତର୍ଗତ ଆଇଟିଆଇ ମୈଦାନରେ ଶନିବାର ୨ଜଣ ସାଙ୍ଗ ମୋବାଇଲରେ ଗଦ୍ଦର ଫିଲ୍ମ ଦେଖୁଥିଲେ । ଫିଲ୍ମ ଦେଖିବାବେଳେ ମଲକିତ ସିଂ ପ୍ରତିକ୍ରିୟାଶୀଳ ହୋଇ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍’ ନାରା ଦେଇଥିଲେ । ପାଖରେ ଥିବା କିଛି ଅନ୍ୟ ଯୁବକ ଏହାକୁ ବିରୋଧ କରି କିଛି କହିବା ପୂର୍ବରୁ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ପରିବାର ଲୋକେ ମଲକିତଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ରାୟପୁର ରେଫର କରାଗଲା । କିନ୍ତୁ ଅନେକ ଚେଷ୍ଟା ପରେ ବି ଡାକ୍ତରମାନେ ମଲକିତଙ୍କୁ ବଞ୍ଚାଇପାରିନଥିଲେ ।