ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ । ବୋଲିଂ ଉପରେ ଫୋକସ କରିବ ଟିମ୍ ଇଣ୍ଡିଆ, ପ୍ରଥମ ମ୍ୟାଚ ଜିତିଥିବାରୁ ଦଳର ମଦୋବଳ ଦୃଢ

228

କନକ ବ୍ୟୁରୋ: ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦୃଢ ରହିଛି ଭାରତୀୟ ଦଳର ମନୋବଳ । ବିଜୟ ଧାରା ବଜାୟ ରଖି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ।

ପ୍ରଥମ ମ୍ୟାଚରେ ପେସ ବୋଲର ମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରିବ ଭାରତୀୟ ଦଳ । ସେପଟେ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ କଙ୍ଗାରୁ ବାହିନୀ । ତେବେ ଥିରୁଅନନ୍ତପୁରମ ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ଦ୍ୱିତୀୟ ଟି-୨୦ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ପ୍ରବଳ ବର୍ଷା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ମ୍ୟାଚ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢିଛି ।