ବିରାଟଙ୍କ ୧୮୬ ରନର ଶତକୀୟ ପାଳି: ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କଲା ଭାରତ

161

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ବିରାଟଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିରାଟ ୧୮୬ ରନ କରିବାରେ ସଫଳ ହୋଇଛନ୍ତି । ଫଳରେ ଭାରତ ତାର ପ୍ରଥମ ଇଂନିସରେ ୯ ୱିକେଟ ହରାଇ ୫୭୧ ରନ କରିଥିଲା । ୧୦ତମ ୱିକେଟ ଭାବେ ଶ୍ରେୟାସ ଆୟର ଆହତ କାରଣରୁ ମ୍ୟାଚରୁ ଓହରି ଯାଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଖ୍ୱାଜା ଓ କାମରମ ଗ୍ରୀନ ଶତକୀୟ ଇଂନିସ ଖେଳି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ଅଷ୍ଟ୍ରେଲିଆ ୪୮୦ ରନ କରି ଅଲଆଉଟ ହୋଇଥିଲା । ସେହିପରି ଭାରତ ତାର ପ୍ରଥମ ଇଂନିସରେ ୫୭୧ ରନ କରି ୯୧ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ ଶୁଭମନ ଗିଲ ୧୨୮, ବିରାଟ କୋହଲି ୧୮୬ ଓ ଅକ୍ଷର ପଟେଲ ୭୯ ରନ କରିଥିଲେ ।