ବିଶ୍ୱ ତୁଳନାରେ ଭାରତରେ ରହିଛନ୍ତି ସର୍ବାଧିକ ମହିଳା ପାଇଲଟ, ଏୟାର ଇଣ୍ଡିଆ ପାଖରେ ମହିଳା ପାଇଲଟଙ୍କ ହାର ୧୫ ପ୍ରତିଶତ

52

କନକ ବ୍ୟୁରୋ : ଭାରତୀୟ ବିମାନସେବା କ୍ଷେତ୍ରରେ ସବୁଠାରୁ ଆଗରେ ଥିବା ଏୟାର ଇଣ୍ଡିଆ ଦାବି କରିଛି କି ଦେଶରେ ଥିବା ଅନ୍ୟ ବିମାନସେବା କମ୍ପାନୀମାନଙ୍କ ତୁଳନାରେ ଏୟାର ଇଣ୍ଡିଆରେ ସର୍ବାଧିକ ମହିଳା ବିମାନ ଚାଳକ ରହିଛନ୍ତି । କମ୍ପାନୀ ଦାବି କରିଛି ଏୟାର ଇଣ୍ଡିଆରେ ଥିବା ମୋଟ ବିମାନ ଚାଳକଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା ବିମାନ ଚାଳକ ରହିଛନ୍ତି । ଏୟାର ଇଣ୍ଡିଆ ପାଖରେ ଏବେ ମୋଟ ୧୮୨୫ଜଣ ବିମାନ ଚାଳକ ରହିଛନ୍ତି ।

ସେପଟେ ମହିଳା ପାଇଲଟ ମାମଲାରେ ଶୀର୍ଷରେ ରହିଛି ଭାରତ । ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଏୟାରଏସିଆ ଇଣ୍ଡିଆ ତରଫରୁ ୯୦ ରୁ ଅଧିକ ଏଭଳି ଉଡାଣ ସଂଚାଳନ ଆରମ୍ଭ କରିଛି ଯେଉଁଥିରେ ଚାଳକ ଦଳର ସମସ୍ତ ସଦସ୍ୟ ମହିଳା ଅଟନ୍ତି । କମ୍ପାନୀ ତରଫରୁ ଗୋଟିଏ ବୟାନରେ କୁହାଯାଇଛି କି, ସମ୍ପୂର୍ଣ୍ଣ ଭାବେ ମହିଳା ଚାଳକଙ୍କ ଦ୍ୱାରା ସମସ୍ତ ୯୦ଟି ଉଡାଣରେ ଏୟାର ଇଣ୍ଡିଆ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ମାର୍ଗରେ ୪୦ଟି ଉଡାଣର ସଂଚାଳନ କରୁଛନ୍ତି । ସେହିଭଳି ଏୟାର ଇଣ୍ଡିଆ ଏକ୍ସପ୍ରେସ୧୦ ଟି ଅନ୍ତର୍ଜାତୀୟ ଉଡାଣ ଓ ଏୟାରଏସିଆ ଇଣ୍ଡିଆ ୪୦ରୁ ଅଧିକ ଘରୋଇ ଉଡାଣ ମହିଳା ଚାଳକଙ୍କ ଦ୍ୱାରା ସଂଚାଳିତ କରୁଛି ।

ଏୟାର ଲାଇନ୍ସ ତରଫରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି କି ଏୟାର ଇଣ୍ଡିଆର ମୋଟ କର୍ମଚାରୀ ମଧ୍ୟରୁ ୪୦ ପ୍ରତିଶତ ମହିଳା । ଏହି କ୍ରମରେ ମୋଟ ୧୮୨୫ ପାଇଲଟଙ୍କ ମଧ୍ୟରୁ ୨୭୫ ଜଣ ମହିଳା । ଯାହାକି ମୋଟ ପାଇଲଟଙ୍କର ୧୫ ପ୍ରତିଶତ ଅଟେ । କମ୍ପାନୀର ସିଇଓ ଓ ପ୍ରବନ୍ଧ ନିର୍ଦ୍ଦେଶକ କେମ୍ପବେଲ ବିଲସନ୍ କହିଛନ୍ତି କି ମହିଳା ପାଇଲଟ ମାମଲାରେ ଭାରତ ସବୁଠାରୁ ଆଗରେ ରହିଛି ।