ହକିରେ ହୃଦୟ ଜିତୁଛି ଭାରତ: କଲେଜ ପିଲା ଶୁଣିବେ ବିଜୟ ଗାଥା

101

କନକ ବ୍ୟୁରୋ: କଲେଜ ଛାତ୍ର ଶୁଣିବେ ହକି ସଫଳତାର ଗାଥା । ଏ ନେଇ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରଛି ଉଚ୍ଚଶିକ୍ଷା ବିଭାଗ । ଓଡିଶା ହକି ଦଳର ପ୍ରଯୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ କୁହାଯିବ । ଏହା ସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । ରାଜ୍ୟରେ କଲେଜ ପିଲା ଶୁଣିବେ ହକିର ବିଜୟ ଗାଥା । ଜାତୀୟ ହକି ଦଳର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ସମ୍ପର୍କରେ ଜାଣିବେ ଛାତ୍ରଛାତ୍ରୀ । ଓଡିଶା ପ୍ରଯୋଜକ ହେବା ପରେ ଦଳର ପ୍ରଦର୍ଶନରେ କିଭଳି ଉନ୍ନତି ଆସିଛି ସେ ବିଷୟରେ କୁହାଯିବ । ଏହାସହ କ୍ୟାମ୍ପସରେ ହକି ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛିା କଲେଜରେ ପଢାଯିବାକୁ ଥିବା ଦୁଇ ପୃଷ୍ଠା ସମ୍ବଳିତ ବାର୍ତାକୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ କରି କଲେଜ ଅଧ୍ୟକ୍ଷକଙ୍କୁ ପଠାଇଛି ।

ହକିରେ ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ ଚାଲିଛି । ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସର ପୁରୁଷ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ ପଦକ । ଆଉ ଏଥିରେ ଓଡିଶାର ଅବଦାନ ବିଷୟରେ ଜାଣିବେ କଲେଜ ପିଲା ।

କଲେଜରେ ହକିର ବିଜୟଗାଥା ଶୁଣିବାକୁ ନେଇ ତେଜିଛି ରାଜନୀତି । ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ବିଜେପି କହିଛି, କଲେଜରେ ହକି ନାଁରେ ବ୍ରାଣ୍ଡ ନବୀନର ପ୍ରଚାର ଚାଲିଛି । ଏଭଳି ପ୍ରଚାରକୁ ଛାତ୍ରମାନେ ପ୍ରତ୍ୟାଖ୍ୟାନ କରିବେ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ନିଜର ପ୍ରଚାର କରୁଛନ୍ତି । ଏହା ଏକ ପ୍ରଚାର ସର୍ବସ୍ୱ ଘୋଷଣା । ବିଜେଡି ଏହାର କାଂଉଟର କରି କହିଛି,ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଉଦ୍ୟମ ହେଉଛି । ପିଲାମାନେ ଏହାକୁ ଜାଣିବା ଦରକାର ।

ଚଳିତ ଏସିଆନ୍ ଗେମ୍ରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ହକି ଖେଳାଳି । ୨୦୨୪ ରେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ବି ଯୋଗ୍ୟତା ହାସଲ କରିଛି । ଓଡିଶା ଭାରତୀୟ ଦଳର ପ୍ର ଯୋଜକ ଥିବାରୁ ଏହାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।