ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା 

188

କନକ ବ୍ୟୁରୋ: ରାଜଧାନୀରେ ଲୁଟର ନୂଆ ତରିକା ।  ସମଲଙ୍ଗୀ ଆପରେ  ଚାଟ୍ କରି  ପାଖକୁ ଡାକୁଛନ୍ତି ଓ  ପରେ ଭିଡଓ କରି  ବ୍ଲାକମେଲ କରିବାକୁ ଧମକ ଦେଇ ଲୁଟ କରୁଛନ୍ତି ।  ଭୁବନେଶ୍ୱର ସାମନ୍ତରାପୁର ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଆଉ ସବୁଠାରୁ ବଡ କଥା ହେଲା, ଏଥିରେ ସାମିଲ ଅଛନ୍ତି ୪ ନାବାଳକ ।  ଘଟଣାରେ ମେଣ୍ଢାଶାଳ ଅଂଚଳର ଜଣେ ଯୁବକ ଦେଢଲକ୍ଷ ଟଙ୍କାର ଶିକାର ହେବା ପରେ ଥାନାରେ ପଂହଚିଛି ମାମଲା । ଆଉ ପୁଲିସ ତଦନ୍ତ କରି  ସଂପୃକ୍ତ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ ।

ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଠକେଇ ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସମଲିଙ୍ଗୀ ସମ୍ପର୍କ ରଖିବା ଓ ପରେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ଯୁବକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୫ ଜଣ ଲୁଟେରା  । କେବଳ ଜଣେ ନୁହେଁ, ଅନ୍ୟ ଯୁବକଙ୍କୁ ଡାକି ସମାନ ଢଙ୍ଗରେ ଟଙ୍କା ଲୁଟ କରିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଏନେଇ ଲିଙ୍ଗରାଜ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହେବା ପରେ ଗ୍ୟାଙ୍ଗର ପାଂଚ ଜଣଙ୍କୁୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ତେବେ ସବୁଠାରୁ ଆଶ୍ଚର୍ଯର ବିଷୟ ହେଉଛି, ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ୧୮ ବର୍ଷରୁ କମ ବୟସର ଛାତ୍ର । କମ ସମୟରେ ସହଜ ଉପାୟରେ ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କୁ ଲୁଟିବାର ଏହି ଅଭିନବ ଉପାୟ ଆପଣାଇଥିଲେ ଏହି ନାବାଳକ ଛାତ୍ର ମାନେ ।  ପୋଲିସ ଦ୍ୱାରା ଗିରଫ ହେବା ପରେ ଏବେ ଏହି ଆଶ୍ଚର୍ଯ୍ୟ କଲାଭଳି କାହାଣୀ ସାମ୍ନାକୁ ଆସିଛି ।

ସେକ୍ସ ଆପ୍ଲିକେଶନ ମାଧ୍ୟମରେ ହେଉଥିଲା ଚାଟିଂ

ଭିଡିଓ ବନାଉଥିଲେ ଆଉ ବ୍ଲାକମେଲ୍ କରୁଥିଲେ

ଏହି ଗ୍ୟାଙ୍ଗର  ଠକିବାର ତରିକା ଥିଲା ଭିନ୍ନ ପ୍ରକାରର । 

ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ସମଲିଙ୍ଗୀ  ସମ୍ପର୍କ ରଖିବାକୁ ଚାହୁଁଥିବା ଯୁବକ ଓ ବ୍ୟକ୍ତି 

ଅଶ୍ଲୀଳ ଆପ୍ଲିକେଶନ ମାଧ୍ୟମରେ ନିଜ ଶିକାର ଖୋଜୁଥିଲେ

ଏହି ଆପ୍ଲିକେଶନ ଗୁଡିକରେ ଲୋକଙ୍କ ସହ ଚାଟିଂ କରୁଥିଲେ

ଆପ୍ଲିକେଶନ ମାଧ୍ୟମରେ ଚାଟିଂ କରୁଥିଲେ ଓ ସମ୍ପର୍କ ବଢାଉଥିଲେ

ଦେଖା କରିବାକୁ ଭୁବନେଶ୍ୱର ଡାକୁଥିଲେ

ନିର୍ଦ୍ଧିଷ୍ଟ ସ୍ଥାନକୁ ଆସିବା ପରେ ଆରମ୍ଭ କରୁଥିଲେ ନିଜ ଅପରେଶନ

ଯୁବକଙ୍କୁ ମାଡ ମାରିବା ସହ ଉଲଗ୍ନ କରି ଭିଡିଓ କରୁଥିଲେ

ଭିଡିଓ ଓ ଚାଟିଂ ଭାଇରାଲ କରିଦେବାର ଧମକ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ

ଖୋର୍ଦ୍ଧା ମେଂଣ୍ଢାଶାଳ ଅଂଚଳର ଜଣେ ଯୁବକଙ୍କୁ ଏହି ସମାନ ଢଙ୍ଗରେ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକି ଏକ ଆଜବେଷ୍ଟ ଘରକୁ ନେଇ ଫୋନ ପେ ଓ ଏଟିଏମ ମାଧ୍ୟରେ ପର୍ଯ୍ୟାୟ କ୍ରମେ ଦେଢ ଲକ୍ଷ ଟଙ୍କା ଲୁଟିନେବାପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଗିରଫ ହୋଇଥିବା ଏହି ୪ ନାବାଳକ ଓ ଜଣେ ସାବାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ନିକଟରୁ ଏକ ବୁଲେଟ,ଆଠଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଏଥି ସହ ସାଇବର ସେଲ ସହାୟତାରେ ଲୁଟ ଟଙ୍କା ଯାଇଥିବା ଏକ ଆକାଉଂଟ କୁ ବ୍ଲକ ମଧ୍ୟ କରାଯାଇଛି । ଲୁଟିଥିବା ଟଙ୍କାରେ ଏକ ଆଇଫୋନ କିଣାଯାଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ ଆଉ କେଉଁ କେଉଁ ଲୋକଙ୍କୁ ଏଭଳି ସମାନ ଢଙ୍ଗରେ ଲୁଟିଛନ୍ତି ତାର ତଦନ୍ତ କରୁଛି ପୋଲିସ ।

ପ୍ରଶ୍ନ ଉଠୁଛି

-ଏହି ଗ୍ୟାଙ୍ଗ ପଛରେ ଆଉ କେଉଁମାନେ ରହିଛନ୍ତି ?

-ଆଉ କେଉଁମାନେ ଏହି ଗ୍ୟାଙ୍ଗର ଶିକାର ହୋଇଛନ୍ତି?

-ଆଉ କେତେ ଟଙ୍କା ଲୁଟ କରିଛନ୍ତି ଏହି ଗ୍ୟାଙ୍ଗ?

-ଅନ୍ୟ ସହରକୁ ବ୍ୟାପିଛି କି ଚେର?