ଆର୍ଯ୍ୟବର୍ତ୍ତରୁ ଇଣ୍ଡିଆ… ଆମ ଦେଶର ନାଁ ପଛର ଏମିତି ରହିଛି ରହସ୍ୟ

156

କନକ ବ୍ୟୁରୋ: ଦେଶରେ ପୁଣିଥରେ ଭାରତ ବନାମ ଇଣ୍ଡିଆ ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ୨୬ ବିରୋଧୀ ଦଳ ନିଜର ମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଏହି ଘୋଷଣା ପରେ ବିଜେପି ଏହାର ଘୋର ବିରୋଧ କରିଥିଲା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଇଣ୍ଡିଆ ଇଂରେଜମାନଙ୍କ ଦିଆଯାଇଥିବା ନାଁ ।  ଆଜି ଜାଣିବା ଭାରତ ଆଉ ଇଣ୍ଡିଆକୁ ନେଇ ଦେଶରେ ଚାଲିଥିବା ବିବାଦ ବାବଦରେ । ଜାଣିବା ଆର୍ଯ୍ୟବର୍ତ୍ତ ଏବଂ ଭାରତବର୍ଷର ନାଁ ଥିବା ଆମ ଦେଶର ନାଁ କେବେ ଭାରତ ହୋଇଥିଲା । ଆଉ କେମିତି ଏହାକୁ ଇଣ୍ଡିଆ କୁହାଗଲା ।

ପ୍ରଥମେ ଆପଣଙ୍କୁ କହିବାକୁ ଚାହିଁବି, ଦେଶର ନାଁକୁ ନେଇ ଯେଉଁ ଦୁଇଟି କାହାଣୀ ଆମ ଦେଶରେ ରହିଛି । ପ୍ରଥମ କଥାଟି ହେଉଛି ମହାଭାରତରୁ ବି ୨୫ ଶହ ବର୍ଷ ପୁରୁଣା । ଯେତେବେଳେ ରାବି ନଦୀ କୂଳରେ କିଛି ସମ୍ପ୍ରଦାୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଲଢେଇରେ ତୁତ୍ସୁ ଜାତିର ଲୋକମାନେ ଗସ କୁନବୋର ଗୋଷ୍ଠୀକୁ ହରାଇଦେଇଥିଲା । ତୁତ୍ସୁ ଜାତିର ଲୋକ ଭରତ ନାଁରେ ମଧ୍ୟ ଜଣାଯାଉଥିଲା । ଭରତଙ୍କ ଗୋଷ୍ଠୀର ରାଜା ସୁଦାସଙ୍କ ବିଜୟ ପରେ ଆର୍ଯ୍ୟବର୍ତ୍ତ କୁହାଯାଉଥିବା ଆମ ଦେଶର ଭରତଙ୍କ ଗୁରୁତ୍ୱ ବଢିଥିଲା । ଏହା ପରେ ଆମ ଦେଶର ନାଁ ଭାରତ ହୋଇଥିଲା । ଏହା ହିଁ କାରଣ ଯେ ପରେ ହୋଇଥିବା କୌରବ ଏବଂ ପାଣ୍ଡବମାନଙ୍କ ଯୁଦ୍ଧରେ ଦେଶର ସମସ୍ତ ରାଜା ଭାଗ ନେଇଥିଲେ ଆଉ ଏହି ଯୁଦ୍ଧକୁ କୁହାଯାଇଥିବା ମହାଭାରତ ଯୁଦ୍ଧ ।

ଏବେ ଆସିବା ଭାରତ ନାଁ ପଛର ଦ୍ୱିତୀୟ କାରଣ ଉପରକୁ । ନିଜେ କୌରବ ଏବଂ ପାଣ୍ଡବଙ୍କ ପୂର୍ବଜ ରାଜା ଭରତଙ୍କ ନେଇ ଏହି କାହାଣୀ ରହିଛି । ଭରତ ହସ୍ତିନାପୁରର ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କ ପୁତ୍ର ଥିଲେ । ମାନ୍ୟତା ଅନୁସାରେ ସେମାନଙ୍କ ରାଜ୍ୟ ହିମାଳୟରୁ ନେଇ ଭାରତ ମହାସାଗର ପର୍ଯ୍ୟନ୍ତ ବ୍ୟାପି ରହିଥିଲା । ଚକ୍ରବର୍ତ୍ତୀ ରାଜା ଭରତଙ୍କ ସାମ୍ରାଜ୍ୟ ଭାରତ ବର୍ଷ ନାଁରେ ପରିଚିତ ଥିଲା । ଯାହା ପରେ ଭାରତ ହୋଇଥିଲା ।

ତେବେ ପ୍ରଶ୍ନ ଏହା ଯେ ଭାରତକୁ କେବେଠାରୁ ଇଣ୍ଡିଆ କୁହାଯାଇଥିଲା । ଆସନ୍ତୁ ଜାଣିବା କେମିତି । ଇଣ୍ଡିଆ ଶବ୍ଦଟି ଇଣ୍ଡସ ଶବ୍ଦରୁ ଆସିଛି । ଏହା ହେଉଛି ଏକ ଗ୍ରୀକ ଶବ୍ଦ । ଖ୍ରୀଷ୍ଟପୂର୍ବ ୩୨୬ରେ ଗ୍ରୀକର ରାଜା ସିକନ୍ଦରଙ୍କ ଭାରତ ଆକ୍ରମଣ ବେଳେ ସେମାନଙ୍କ ଲୋକମାନେ ସିନ୍ଧୁକୁ ଇଣ୍ଡସ ଏବଂ ଭାରତକୁ ଇଣ୍ଡିଆ କହିବାରେ ଲାଗିଥିଲେ । ଏହାର କିଛି ସମୟ ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରରେ ଗ୍ରୀକ୍ ପରିବ୍ରାଜକ ମେଘାସ୍ଥିନିସ ଭାରତ ଉପରେ ଇଣ୍ଡିକା ନାଁରେ ଏକ ପୁସ୍ତକ ଲେଖିଥିଲେ ।

ତେବେ ସେତେବେଳେ ମାନୁଥିଲେ ଯେ ୟୁରୋପୀୟ ହୋଇଥିବା କାରଣରୁ ଇଂରେଜ ମାନଙ୍କ ଉପରେ ଇଣ୍ଡିଆ କହିବା ଏବଂ ଲେଖିବା ସହଜ ହୋଇଥିଲା । ତେଣୁ ସେମାନେ ବିଭିନ୍ନ ଦପ୍ତର ଏବଂ ନକ୍ସାରେ ଏହି ଶବ୍ଦର ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ଦେଶକୁ ୧୯୪୭ରେ ମିଳିଥିବା ସ୍ୱାଧୀନତା ପରେ ୧୯୪୯ ସେପ୍ଟେମ୍ବର ୧୭ରେ ଏହାର ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଅନେକ ପ୍ରକାରର ମତଭେଦ ମଧ୍ୟ ସାମ୍ନାକୁ ଆସିଥିଲା । ଆଲୋଚନା ଏବଂ ବିବାଦ ପରେ ସମ୍ବିଧାନର ଅନୁଚ୍ଛେଦ ୧ରେ ଲେଖାଗଲା ‘ଇଣ୍ଡିଆ ଅର୍ଥାତ ଭାରତ ରାଜ୍ୟର ଏକ ସଂଘ’ । ଅର୍ଥାତ ଇଣ୍ଡିଆ ଏବଂ ଭାରତର ଐତିହାସିକ ସନ୍ଧର୍ଭ ରହିଛି । ଅନେକ ସମୟ ଧରି ଇଣ୍ଡିଆ ନାଁକୁ ନେଇ ବିବାଦ ହୋଇଛି । ଦେଶର ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇ ଏହା ଦାବି କରାଯାଇଥିଲା ଯେ ସମ୍ବିଧାନର ଧାରା-୧ରେ ପରିବର୍ତ୍ତନ କରାଯାଉ । ଆଉ ଇଣ୍ଡିଆକୁ ହଟାଇ ଦେଶର ଆଧିକାରିକ ନାଁ ଭାରତ ରଖାଯାଉ । ତେବେ ୨୦୨୦ ମସିହାରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ କହିଥିଲେ ଯେ ସମ୍ବିଧାନରେ ଇଣ୍ଡିଆ ଶବ୍ଦର ବ୍ୟବହାର ପୂର୍ବରୁ ରହିଛି ଏଣୁ କୋର୍ଟ ଏଥିରେ କୌଣସି ଦଖଲ ଦେବାକୁ ଚାହୁଁନାହାନ୍ତି ।