ଖଲିସ୍ତାନୀ ଆତଙ୍କୀ ପାଇଁ ଭାରତ-କାନାଡ଼ା ମଧ୍ୟରେ ତିକ୍ତତା: କିଏ ଏହି ହରଦୀପ ସିଂ ନିଜ୍ଜର? ଯାହା ପାଇଁ ଭାରତ-କାନାଡ଼ା ଭିତରେ ଚାଲିଛି କଳି

260

କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଭାରତ-କାନାଡା ମଧ୍ୟରେ କଳି ସେତିକି ବଢୁଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦର ନିଅାଁରେ ଘିଅ ଢାଳିଛି କାନାଡ଼ାର ଆଭିମୁଖ୍ୟ । ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବାବେଳେ ଏହାକୁ ଅଣଦେଖା କରିଛି କାନାଡ଼ା । ସେପଟେ ଖଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ମିଳିଛି ।

ମୋଷ୍ଟ ୱାଟେଂଡ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର । ଜୁନ ୧୮ରେ ତାରିଖରେ ହତ୍ୟାର ଶିକାର ହେବା ପରେ ଭାରତ ଓ କାନାଡା ଭିତରେ ସତେ ଯେମିତି ତିକ୍ତତା ନିଆଁ ବେଗରେ ମାଡିଚାଲିଛି । ଆସନ୍ତୁୁ ଜାଣିବା କିଏ ଏହି ହରଦୀପ ସିଂ ନିଜ୍ଜର । ଯାହ ପାଇଁ ଭାରତ କାନାଡ ସର୍ମ୍ପକ ମଧ୍ୟରେ ଫାଟ ଦେଖାଦେଇଛି ।

ଖଲିସ୍ତାନୀ ଆତଙ୍କୀ ପାଇଁ ଭାରତ-କାନାଡ଼ା କଳି
-୨୦୨୦ ମସିହାରେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲେ ଭାରତ ସରକାର ।
-ଖଲିସ୍ତାନ ଟାଇଗର ଫୋର୍ସ, ସଂଗଠନ ଗଠନ କରି ଯୁବକଙ୍କୁ ନିଯୁକ୍ତି ଓ ପ୍ରଶିକ୍ଷଣ ଦେଉଥିଲା ନିଜ୍ଜର
-୨୦୨୨ରେ ନିଜ୍ଜରକୁ ଭାରତକୁ ପ୍ରତ୍ୟପର୍ଣ କରିବାକୁ ପଂଜାବ ପୁଲିସ ଓ ଭାରତ ସରକାର କାନାଡାକୁ ଅନୁରୋଧ କରିଥିଲେ ।
-୨୦୦୭ ଲୁଧିଆନା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ନିଜ୍ଜର
-୨୦୨୦ ପଟିଆଲା ବିସ୍ଫୋରଣ ପଛରେ ମଧ୍ୟ ହାତ ରହିଛି ।
-ଆତଙ୍କବାଦୀଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିଲା ।
-୨୦୧୮ ମସିହାରେ ଆରଏସଏସ ନେତାଙ୍କ ହତ୍ୟ ମାମଲାରେ ଏନଆଇଏ ନିଜ୍ଜରକୁ ତଦନ୍ତଭୁକ୍ତ କରିଥିଲା
-୧୯୭୭ ମସିହାରେ ଜଳନ୍ଧରରେ ଜନ୍ମ ଓ ୧୯୯୦ ମସିହାରୁ କାନାଡ଼ାରେ ରହିଆସୁଥିଲା

ଖଲିସ୍ତାନୀ ଆତଙ୍କୀର ହତ୍ୟା ପାଇଁ କାନାଡ଼ା ଭାରତକୁ ଦାୟୀ କରୁଛି । ଏଥିସହ ଅନ୍ୟ ସହଯୋଗୀ ଦେଶ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ,ୟୁକେ, ଆମେରିକା ଉପରେ ଚାପ ପକାଇ ଭାରତ ବିରୋଧରେ ସ୍ୱର ଉତୋଳନ ପାଇଁ ନିଚ୍ଚ ଚାଲ ଚଳାଇଥିଲେ ମଧ୍ୟ ଏହା ଫେଲ ମାରିଛି । ୪ ଦେଶ କହିଛନ୍ତି ଖଲିସ୍ତାନୀ ଆତଙ୍କୀ ପ୍ରସଙ୍ଗରେ କୌଣସି ଆଲୋଚନା କରିବେ ନାହିଁ । ସେପଟେ କାନଡା ସପକ୍ଷରେ ବୟାନ ଦେଇଛି ପାକିସ୍ତାନ । ଗତ କିଛି ମାସ ମଧ୍ୟରେ ୪ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ବେ ନିଜ୍ଜର ହତ୍ୟାକୁ ସହଜରେ ଗ୍ରହଣ କରିପାରୁନି କାନାଡ଼ା । ଏମାନଙ୍କ ହତ୍ୟା ପଛରେ ଭରରତ ଗୁଇନ୍ଦା ସଂସ୍ଥା ର’ ହାତଥିବା ଅଭିଯୋଗ କରୁଛି କାନାଡା । ତେବେ ଭାରତ ସରକାର ଅଭିଯୋଗ ଖଣ୍ଡନ କରିବା ସହ କାନାଡ଼ା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।