ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ: ସୋନିଆ କହିଲେ ବିଲ୍ ଥିଲା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ

82

କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ହୋଇଛି । ଉଭୟ ସରକାର ଓ ବିରୋଧୀ ବିଲକୁ ନେଇ ନିଜ ନିଜର ଯୁକ୍ତି ରଖିଛନ୍ତି । ସରକାର ଆଗତ କରିଥିବା ବିଲକୁ ମିଳୁଛି ସମସ୍ତ ବିରୋଧୀଙ୍କ ସମର୍ଥନ । ସେପଟେ ବିରୋଧୀଙ୍କ ଦାବି ଅଳ୍ପସଂଖ୍ୟକଙ୍କୁ ଏହି ସୁବିଧା ଦିଆଯାଉ ଓ ଶିଘ୍ର ଏହାକୁ ଲାଗୁ କରାଯାଉ ।

ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ବୁଧବାର ଗୃହରେ ତର୍କବିତର୍କ ହୋଇଛି । ଉଭୟ ସରକାର ଓ ବିରୋଧୀ ବିଲ ଉପରେ ମତାମତ ରଖିବା ସହ ନିଜର ଯୁକ୍ତି ବାଢେଇଛନ୍ତି । ଆଲୋଚନାରେ ଭାଗ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ଏହା ମୋ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ । ସେହି ସମୟରେ କେବଳ ୭ଟି ଭୋଟ ସହ ରାଜ୍ୟସଭାରେ ଏହା ଅଟକି ଯାଇଥିଲା । ପରେ ପିଭି ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏହାକୁ ପାରିତ କରିଥିଲେ ।

ସେପଟେ ସୋନିଆଙ୍କ ବୟାନ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗୃହରେ ଜବାବ ରଖିଛନ୍ତି । ଦୁବେ କହିଛନ୍ତି ଏହା ବିଜେପି ବିଲ । କଂଗ୍ରେସ ମିଛ ଦାବି କରି ଫାଇଦା ଓ ପ୍ରଶଂସା ନେବାକୁ ଚାହୁଛି । କଂଗ୍ରେସ ଭୁଲ ବିଲ ଆଣିଥିଲା । ବିଜେପି ସରକାର ତାକୁ ସୁଧାରୁଛନ୍ତି । ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଓ ବିଜେପିର ଯଥେଷ୍ଟ ସମ୍ମାନ ରହିଛି । ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବା ସହ ସୋନିଆ ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି କରିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋନିଆଙ୍କ ବୟାନ ଉପରେ ଜବାବ ରଖିଛନ୍ତି ସ୍ମୃତି କହିଛନ୍ତି ଜନସଂଘ ପ୍ରଥମେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥଲା ଓ ବିଜେପି ଏହାକୁ ପୂରା କରିବାକୁ ଯାଉଛି । ସେପଟେ ଅଳ୍ପସଂଖ୍ୟକ ମହିଳାଙ୍କ ସଂରକ୍ଷଣ ଦାବି ଉପରେ ସ୍କୃତି ଇରାନୀ କହିଛନ୍ତି ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣ ବର୍ଜିତ ଅଟେ ।

ମହିଳା ସଂରକ୍ଷଣ ବିଲ ଉପରେ ହୋଇଥିବା ବିତର୍କରେ ଉଭୟ ସରକାର ଓ ବିରୋଧୀ ନିଜର ଯୁକ୍ତି ରଖିଛନ୍ି । ମହିଳା ସଂରକ୍ଷଣ ବିଲରେ ଏସିସି, ଏସଟି, ଓବିସି ଓ ଅଳ୍ପସଂଖ୍ୟ ମହିଳାଙ୍କ ପାଇଁ ଦାବି ଉଠିଛି । ସମାଜବାର୍ଦି ପାର୍ଟି ସାଂସଦ ଡିମ୍ପଲ ଯାଦବ ସରକାରଙ୍କୁ ପ୍ରଶ୍ନ କରିଛନ୍ତିା ଶାସଦର ୯ବର୍ଷ ପରେ ସଂରକ୍ଷଣ ବିଲ କଥା ସରକାର କାହିଁକି ମନେ ପକାଇଲେ ବୋଲି ଡିମ୍ପଲ ଯାଦବ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁସାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହେଲେ ବି ଏହା ତୁରନ୍ତ ଲାଗୁ ହେବ ନାହିଁ । ଆଗାମୀ ଜନଗଣନା ପରେ ୨୦୨୬ରୁ ଏହା ଲାଗୁ କରାଯାଇପାରେ ବୋଲି କୁହାଯାଉଛି ।