ଜିିତିଲା ଭାରତ, ହାରିଲା ପାକିସ୍ତାନ । ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ୱକପରେ ପୁଣି ହାରିଲା ଚିର ପ୍ରତିଦ୍ୱନ୍ଦ୍ୱୀ
କନକ ବ୍ୟୁରୋ: ବିଶ୍ୱକପରେ ପାକିସ୍ତାନକୁ ପୁଣି ହରାଇଲା ଭାରତ । ଅହମ୍ମଦାବାଦରେ ବିଜୟୀ ହେଲା ଟିମ୍ ଇଣ୍ଡିଆ । ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବଡ ବିଜୟ ହାସଲ କରିଛି ରୋହିତ ବାହିନୀ । ପାକିସ୍ତାନ ଟିମକୁ ଭାରତ ୭ ୱିକେଟରେ ପରାସ୍ତ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Make it 3⃣ in a row for #TeamIndia! 👏 👏
Shreyas Iyer sails past FIFTY as India beat Pakistan by 7 wickets! 👍 👍
Scorecard ▶️ https://t.co/H8cOEm3quc#CWC23 | #INDvPAK | #MeninBlue pic.twitter.com/ucoMQf2bmU
— BCCI (@BCCI) October 14, 2023
ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ । ପ୍ରଥମରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ବି, ଭାରତୀୟ ବୋଲିଂ ଆଗରେ କିନ୍ତୁ ଫେଲ୍ ମାରିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଟିମ୍ ଇଣ୍ଡିଆ ପକ୍ଷରୁ ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସମସ୍ତେ ୨ଟି ଲେଖାଏଁ ସଫଳତା ପାଇଁଥିଲେ । ଫଳରେ ପାକିସ୍ତାନ ଟିମ୍ ୧୯୧ ରନ୍ କରି ଅଲଆଉଟ୍ ହେଇଯାଇଥିଲା ।
ଜବାବରେ ୧୯୨ ରନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଗିଲ୍ ଏବଂ କୋହଲିଙ୍କ ୱିକେଟ୍ ହରାଇଥିଲେ ବି, ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟ ଆଡକୁ ଅଗ୍ରସର କରିଥିଲା । ଶେଷ ଆଡକୁ ଶ୍ରେୟାସ ଆୟର ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆଉ ଟିମ୍ ଇଣ୍ଡିଆକୁ ବିଜୟ ଦେଇଥିଲେ ରାହୁଲ- ଶ୍ରେୟାସ ଯୋଡି ।