ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରେ ପଶିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

211

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି । ଗୋଟିଏ ପଟେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ହମାସ ଚରମପନ୍ଥୀଙ୍କୁ ନିପାତ କରିବାକୁ ଶପଥ ନେଇଛି । ଏହି କ୍ରମରେ ଗତକାଲି ଇସ୍ରାଏଲ ସେନା ଗାଜାରେ ଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନ ଛାଡିବାକୁ ଚେତାବନୀ ଦେବା ପରେ ଏବେ ଲକ୍ଷ ଲକ୍ଷ ଲୋକ ଗାଜା ଛାଡି ଅନ୍ୟତ୍ର ପଳାୟନ କରୁଛନ୍ତି । ସେପଟେ ଇସ୍ରାଏଲ ସେନା ଏକ ପୂର୍ଣ୍ଣାଙ୍ଗ ରଣନୀତି ପ୍ରସ୍ତୁତ କରିଛି ।

ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ‘ଆଇଡିଏଫ’ର ରଣନୀତି
-ଆଇଡିଏଫ୍ ଟାର୍ଗେଟରେ ହମାସର ନିଖ୍ବା ବାହିନୀର ଆତଙ୍କୀ
-ସ୍ଥଳଭାଗରେ ଯୁଦ୍ଧ ପାଇଁ ଗାଜାରେ ଇସ୍ରାଏଲ ସେନାର ଏଟ୍ରିଂ
-ବୁଲଡୋଜରେ ଅଟ୍ଟାଳିକା ଓ ସନ୍ଦିଗ୍ଧ ସ୍ଥାନ ଭଙ୍ଗାଯାଉଛି
-ସାଟେଲାଇଟ ଚିତ୍ର ଦ୍ୱାର ଆତଙ୍କୀଙ୍କ ଖୋଜ କରାଯାଉଛି
-ଅତିରିକ୍ତ ୪ଲକ୍ଷ ସେନା, ୩୦୦ ଟ୍ୟାଙ୍କ, ୬୦୦ ଯୁଦ୍ଧ ଜାହାଜ ମୁତୟନ
-ସୁଡ଼ଙ୍ଗ ଭିତରେ ଲୁଚି ରହଥିବା ହମାସ ଆତଙ୍କୀଙ୍କୁ ଖୋଜୁଛି ଇସ୍ରାଏଲ ସେନା
-ଇସ୍ରାଏଲ-ପାଲେଷ୍ଟାଇନ ସୀମାରେ ଶତାଧିକ ଯୁଦ୍ଧ ଟ୍ୟାଙ୍କ ମୁତୟନ-
-ଇସ୍ରାଏଲ ସେନା ପାଇଁ ହମାସ ସୁଡ଼ଙ୍ଗ ବାଧକ
-‘ଗାଜା ମେଟ୍ରୋ’କୁ ଧ୍ୱଂସ ପାଇଁ ‘ଆଇଡିଏଫ୍’ର ଯୋଜନା

ଆକାଶ ଓ ଜଳପଥରେ ଘନଘନ ଆକ୍ରମଣ ପରେ ଏବେ ସ୍ଥଳପଥରୁ ଜୋରଦାର ହେବ ଯୁଦ୍ଧ । ଅନ୍ୟପଟେ ହମାସକୁ ନିଜ ଗଡ଼ରେ ହରାଇବା ଇସ୍ରାଏଲ ପାଇଁ ସହଜ ହୋଇନପାରେ । କାରଣ ଜନବହୁଳ ଇଲାକାରରେ ହମାସ ନିର୍ମାଣ କରିଥିବା ସିକ୍ରେଟ ସୁଡ଼ଙ୍ଗ ସେନା ପାଇଁ ବଡ ଚ୍ୟାଲେଂଜ ହୋଇପାରେ ।

ଇସ୍ରାଏଲ ସେନା ଶୁକ୍ରବାର ଗାଜାବାସୀଙ୍କ ଘର ଛାଡି ଚାଲିଯିବାକୁ ୨୪ଘଂଟାର ସମୟ ଦେଇଥିଲା ।ଅନ୍ୟପଟେ ଗାଜାବାସୀଙ୍କୁ ଅପିଲ କରି ଘର ନଛାଡିବାକୁ ଅପିଲ କରିଥିଲା ହମାସା । ତେବେ ଗାଜାରୁ ଲକ୍ଷଲକ୍ଷ ସଂଖ୍ୟକ ଲୋକ ପ୍ରାଣବିକଳରେ ପଳାୟନ କରୁଥିବା ଦେଖିବାକୁ ମିଳିଛି ।