କାଲି ଭୁବନେଶ୍ୱରରେ ରୋଡ ଶୋ’ କରିବେ ନବୀନ: ରୋଡ ଶୋ’ ପାଇଁ ଜାରି ହେଲା ଟ୍ରାଫିକ କଟକଣା

501

କନକ ବ୍ୟୁରୋ: କାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ କରିବେ ରୋଡ ଶୋ’ । ରୋଡ ଶୋ’ ପାଇଁ ଜାରି ହେଲା ଟ୍ରାଫିକ କଟକଣା । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ ଶୋ କରିବେ । ଅପରାହ୍ଣ ୪ଟାରୁ ରୋଡ ଶୋ ଅରମ୍ଭ ହେବ । ରୋଡ ଶୋ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ । କୌଣସି ପ୍ରକାର ଯାନବାହନ ଚଳାଚଳ କରିପାରିବ ନାହିଁ । ଖଣ୍ଡଗିରି ଛକପଟୁ ଜାଗମରା ଛକ ଆଡକୁ ଯାତାୟାତ ବନ୍ଦ । ଡେଲ୍ଟା ଛକପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାତାୟାତ ବନ୍ଦ । ଗଳି ରାସ୍ତାରେ ବି କୌଣସି ଗାଡି ଯାତାୟାତ କରିପାରିବନି ।